ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ସହ ଆସିଥିବା ଏହି ମହିଳା ଜଣଙ୍କ କିଏ ? ଜାଣନ୍ତୁ

ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ସ୍ୱଦେଶ ଫେରିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି । ପାକିସ୍ତାନ ସେନା ବନ୍ଦୀ କରି ରଖିବାର ୬୦ ଘଣ୍ଟା ପରେ ହିଁ ଗତକାଲି ରାତି ୯ଟା ୧୦ମିନିଟ୍ ସମୟରେ ପାକିସ୍ତାନୀ ଅଧିକାରୀ ଅମୃତସରର ଅଟାରୀ ବର୍ଡରରେ ଅଭିନନ୍ଦନଙ୍କୁ ଭାରତକୁ ଛାଡିଥିଲେ । ଏହି ସମୟରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ସହ ଜଣେ ମହିଳା ମଧ୍ୟ ଥିଲେ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ସେହି ମହିଳା ଜଣକ କିଏ ? ସାଧାରଣରେ ଲୋକମାନେ ଭାବୁଛନ୍ତି ଯେ, ସେହି ମହିଳା ଜଣକ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ପତ୍ନୀ କିମ୍ବା ସଂପର୍କୀୟ ହୋଇପାରନ୍ତି । କିନ୍ତୁ ଏହି ମହିଳା ନା ତାଙ୍କର ପତ୍ନୀ ନା କେହି ସଂପର୍କୀୟ । ସେ ମହିଳା ଜଣଙ୍କ ହେଉଛନ୍ତି ପାକ୍ ବୈଦେଶିକ କାର୍ଯ୍ୟାଳୟର ନିର୍ଦ୍ଦେଶକ ଡ. ଫରିହା ବୁଗତୀ ।

ଡ. ବୁଗତୀ ଜଣେ ଏଫଏସପି (ଭାରତର ଆଇଏଫଏସ୍ ଅଧିକାରୀ ଭଳି ) ଅଧିକାରୀ ଏବଂ ପାକ୍ ବୈଦେଶିକ କାର୍ଯ୍ୟାଳୟରେ ଭାରତର ମାମଲାକୁ ସମ୍ଭାଳିବା କାର୍ଯ୍ୟ କରୁଛନ୍ତି । ପାକିସ୍ତାନ ଜେଲ୍ ରେ ଥିବା କୁଳଭୂଷଣ ଯାଦବଙ୍କ ମାମଲାକୁ ସମ୍ଭାଳୁଥିବା ମୁଖ୍ୟ ପାକ୍ ଅଧିକାରୀଙ୍କ ମଧ୍ୟରେ ସେ ହେଉଛନ୍ତି ଜଣେ । ଯାଦବଙ୍କ ଉପରେ ଭାରତୀୟ ଜାସୁସର ଅଭିଯୋଗ ଲାଗିଥିଲା । ଗତବର୍ଷ ଇସଲାମାବାଦ୍ ରେ ଯାଦବଙ୍କ ମା ଏବଂ ପତ୍ନୀଙ୍କ ସହ ହୋଇଥିବା ଭେଟ ସମୟରେ ଡ. ବୁଗତୀ ମଧ୍ୟ ଉପସ୍ଥିତ ଥିଲେ ।

AbhinandandefenceIndia vs PakistanIndian DefenceWife