୩ ଜିଲ୍ଲା ଗସ୍ତରେ ୫ ଟି ସଚିବ ଓ ଉନ୍ନୟନ କମିଶନର

ରାଜ୍ୟରେ କରୋନା ମୁକାବିଲାର ପ୍ରସ୍ତୁତି ନୀରିକ୍ଷଣ କରିବା ପାଇଁ ୫ ଟି ସଚିବ ଭି.କେ. ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର  ଆଜି ୩ ଟି ଜିଲ୍ଲ। ଗସ୍ତରେ ଅଛନ୍ତି।  ଗୁରୁବାର ୫ ଟି ସଚିବ ଏବଂ ଉନ୍ନୟନ କମିଶନର କୋରାପୁଟ, ମାଲକାନାଗିରି ଓ ନବରଙ୍ଗପୁର ଜିଲ୍ଲାକୁ ଦିନିକିଆ  ଗ୍ରସ୍ତ କରିଛନ୍ତି । 

ଜିଲ୍ଲାରେ କରୋନା ମୁକାବିଲା ପାଇଁ ହୋଇଥିବା କୋଭିଡ ହସ୍ପିଟାଲର ସ୍ଥିତି ପରକ୍ଷିବା ସହ ସ୍ବାସ୍ଥ୍ୟକର୍ମୀ ଏବଂ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଖୁବଶୀଘ୍ର କୋରାପୁଟରେ କରୋନା ସ୍ବାବ ନମୁନା ପରୀକ୍ଷା ବ୍ୟବସ୍ଥା କରାଯିବା ନେଇ ଏହି ଗସ୍ତ ସମୟରେ ଜଣାପଡିଛି ।

CommissionerCoronaVirusCOVID19DistrictOdisha