ବିଜେଡିର ସଂଗଠନ ସଂପାଦକ ହେଲେ ବବି

ବିଜୁ ଜୟନ୍ତୀରେ ବିଜେଡିର ଟାଣୁଆ ନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ଦଳ ମୁଖିଆ ନବୀନ ପଟ୍ଟନାୟକ।

ପ୍ରଣବଙ୍କୁ ଦଳର ସଂଗଠନ ସଂପାଦକ ଭାବେ ନିଯୁକ୍ତ କରାଯାଇଛିି।

କମ କଥା କହୁଥିବା ତଥା ପ୍ରଚାରପ୍ରସାର ଠାରୁ ଦୂରରେ ଥିବା ପ୍ରଣବ କିନ୍ତୁ ନିର୍ବାଚନ ବେଳେ ଓ ଦଳର ଅସୁବିଧା ବେଳେ ବାରମ୍ବାର ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି। ସାଧାରଣ ନିର୍ବାଚନ ଠାରୁ ଆରମ୍ଭ କରି ବିଜେପୁର ଓ ପାଟକୁରା ଉପନିର୍ବାଚନରେ ତାଙ୍କର ତୀକ୍ଷ୍ଣ ଗୋଟିଚାଳନା ଦଳକୁ ଫାଇଦା ଦେଇଛି।

Babi MishraBJDOdisha