କଳା ଚାଉଳ କିଲୋ ୫୦୦: ଭିଟାମିନ୍‌ରେ ଭର୍ତ୍ତି

କଳା ଚାଉଳ କିଲୋ ୫୦୦: ଭିଟାମିନ୍‌ରେ ଭର୍ତ୍ତି । ଖାଇଲେ ହେବନି ଡାଏବେଟିସ, ଦୂରେଇବ କ୍ୟାନସର
ବ୍ଲାକ ରାଇସ୍‌ (Black Rice) ରେ ଅନେକ ଔଷଧୀୟ ଗୁଣ ରହିଛି।
ଏହି ଚାଉଳରେ ଭରପୁର ମାତ୍ରାର ଭିଟାମିନ ଓ ମିନେରାଲ୍ସ ତତ୍ତ୍ବ ରହିଛି। ବ୍ଲାକ ରାଇସ୍‌ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାର ବାସ୍ନା ଅନେକ ଲୋକଙ୍କୁ ପସନ୍ଦ। ଓଡିଶାରେ ଏହି ବିଶେଷ ପ୍ରଜାତି ଧାନର ଚାଷ ସମ୍ବଲପୁର, ସୁନ୍ଦରଗଡ, କନ୍ଧମାଳ, କୋରାପୁଟ ଓ ଅନ୍ୟ ଜିଲ୍ଲାରେ ମଧ୍ୟ ହେଉଛି। ଏବେ ଝାରସୁଗୁଡାରେ କଳା ଚାଉଳ ଦେଉଥିବା ଧାନ ଚାଷ ଆରମ୍ଭ ହୋଇଛି।

ଏହି ଧାନ ଚାଷୀମାନଙ୍କ ଅମଳ ବଢାଇବାରେ ମଧ୍ୟ ସାହାଯ୍ୟ କରେ। ଅନେକ ରାଜ୍ୟର ସରକାର ଏହି ପ୍ରକାର ଧାନ ଚାଷ ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଭାରତରେ ପ୍ରଥମେ ଆସାମ ଓ ମଣିପୁରରେ ଏହି ପ୍ରକାର ଧାନର ଚାଷ ହୋଇଥିଲା। ୨ଟି ରାଜ୍ୟର ଚାଷୀମାନେ କଳାଚାଉଳ ଦେଉଥିବା ଧାନ ଚାଷ ୨୦୧୧ ମସିହାରେ ଆରମ୍ଭ କରିଥିଲେ। ଏ ସଂପର୍କରେ କୃଷି ବିଜ୍ଞାନ କେନ୍ଦ୍ର ଚାଷୀମାନଙ୍କୁ ସୂଚନା ଦେଇଥିଲା। ଏହା ପରେ ପାଖାପାଖି ୨୦୦ ଚାଷୀ ବ୍ଲାକ ରାଇସର ଚାଷ ଆରମ୍ଭ କରିଥିଲେ। ସମ୍ବଲପୁର, ସୁନ୍ଦରଗଡ, କନ୍ଧମାଳ, କୋରାପୁଟ ଜିଲ୍ଲା ପରେ ଏବେ ଝାରସୁଗୁଡାରେ ଏହି ଧାନର ଚାଷ ଆରମ୍ଭ କରାଯାଇଛି। ଏକ ଅନଲାଇନ କମ୍ପାନୀରୁ ୫ ହଜାର ୫୦୦ ଟଙ୍କାରେ ବିହନ କିଣି ଚାଷ ଆରମ୍ଭ କରାଯାଇଛି। କମ୍ପାନୀଠାରୁ ଏହି ଫସଲର ପ୍ରକ୍ରିୟା ବିଷୟରେ ଜାଣି ୫୦ ଡିସମିଲ୍‌ ଜାଗାରେ ଏହାର ଚାଷ କରାଯାଇଛି।ଏହି ଧାନ ବଢିବା ପାଇଁ ବହୁତ କମ୍‌ ପାଣିର ଆବଶ୍ୟକ ହୋଇଥାଏ।

ଧୀରେ ଧୀରେ ଏହି ଚାଉଳକୁ ଲୋକେ ବହୁତ ପସନ୍ଦ କରିବାକୁ ଲାଗିଲେ। ସାଧାରଣ ଚାଉଳର ଦାମ କିଲୋ ପ୍ରତି ୧୫ଟଙ୍କାରୁ ୮୦ ଟଙ୍କା ବିକ୍ରି ହେଉଥିବାବେଳେ କଳା ଚାଉଳର ଦାମ କିଲୋ୨୫୦ ଟଙ୍କା ରୁ ଆରମ୍ଭ ହୁଏ। ଅର୍ଗାନିକ୍‌ ବ୍ଲାକ ରାଇସର ଦାମ ହେଉଛି ୫୦୦ ଟଙ୍କା। କଳା ଚାଉଳ ଦେଉଥିବା ଧାନ ଚାଷ ଚୀନରୁ ଆରମ୍ଭ ହୋଇଥିଲା। ପରେ ଏହା ଭାରତର ଆସାମ ଓ ମଣିପୁରରେ ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ ଯେ, ଏହି ଚାଉଳରେ ଭିଟାମିନ ବି ଏବଂ ଇ ପ୍ରଚୁର ମାତ୍ରାରେ ରହିଛି। ଏହା ବ୍ୟତୀତ ବ୍ଲାକ ରାଇସରେ କାଲସିଅମ୍‌, ମ୍ୟାଗ୍ନେସିଅମ୍‌, ଆଇରନ ତଥା ଜିଙ୍କ ଭଳି ତତ୍ତ୍ବ ମଧ୍ୟ ଅଧିକ ରହିଛି। ଏହା ସ୍ବାସ୍ଥ୍ୟ ହିତକାରୀ । ବିଶେଷଜ୍ଞଙ୍କ ଅନୁସାରେ ଏହି ଚାଉଳ ଖାଇଲେ କ୍ୟାନ୍ସର ଓ ଡାଏବେଟିସ ରୋଗୀଙ୍କ ପାଇଁ ଅନେକ ଫାଇଦା ହୁଏ। ଏହା ରକ୍ତ ବିଶୋଧନ ମଧ୍ୟ କରିଥାଏ । ବ୍ଲାକ୍‌ ରାଇସ ଖାଇଲେ ଓଜନ କମ ହୋଇଥାଏ ଓ ଶରୀରର ପାଚନ ଶକ୍ତି ବଢିଥାଏ।

Black RiceFarming