ଖୁସି ଖବର, ଖୁବ ଶୀଘ୍ର ଲଞ୍ଚ ହେବ କରୋନା ଭ୍ୟାକସିନ୍ |

ମହାମାରୀ କରୋନାକୁ ସଙ୍କଟ ଭିତରେ ଆସିଲା ଏକ ଖୁସି ଖବର | କରୋନା ପାଇଁ ଦେଶୀ ଭ୍ୟାକସିନ୍ କୁହାଯାଉଥିବା କୋଭାସ୍କିନ୍ (COVAXIN) ଆସନ୍ତା ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧିନତା ଦିବସ ଅବସରରେ ଲଞ୍ଚ୍ ହେବ ବୋଲି ଜଣାପଡ଼ିଛି। ଏହି ଭ୍ୟାକସିନକୁ ଭାରତ ବାୟୋଟିକ୍ ନାମକ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ପ୍ରସ୍ତୁତ କରିଛି | ଭାରତ ବାୟୋଟିକ୍ କମ୍ପାନୀ ଦ୍ବାରା ପ୍ରସ୍ତୁତ ଏହି ଭ୍ୟାକସନ୍ ହ୍ୟୁମାନ୍ ଟ୍ରାୟଲ୍ ପାଇଁ ଏନରୋଲମେଣ୍ଟର ଶୁଭାରମ୍ଭ ଜୁଲାଇ ୭ ତାରିଖରୁ ହୋଇପାରେ। ଏହା ପରେ ପର୍ଯ୍ୟାୟକ୍ରମେ ଟ୍ରାୟଲ୍ କରାଯିବ। ଯଦି ଟ୍ରାୟଲ୍ ସଫଳ ହୁଏ, ତାହେଲେ ଅଗଷ୍ଟ ୧୫ ତାରିଖ ଦିନ ଭ୍ୟାକସିନ୍ ଲଞ୍ଚ୍ କରାଯିବ |

CoronaVirusCOVAXINCOVID19Independence DayIndia