ଭୂମି ପୂଜା ପୂର୍ବରୁ ସଙ୍କଟ! ରାମ ଜନ୍ମଭୂମିର ପୂଜାରୀ ପ୍ରଦୀପ ଦାସଙ୍କ ସମେତ ୧୬ ପୋଲିସ କରୋନା ପଜିଟିଭ୍

ଉତ୍ତରପ୍ରଦେଶ ଅଯୋଧ୍ୟାରୁ ଆସିଛି ଏକ ବଡ ଖବର । ସେଠାରେ ରାମ ମନ୍ଦିର ପାଇଁ ଭୂମି ପୂଚାର ପ୍ରସ୍ତୁତି ଚାଲିଥିବା ବେଳେ କରୋନାର ପ୍ରବେଶ ହୋଇଛି । ସାଧୁ ସନ୍ତଙ୍କ ସମେତ ସୁରକ୍ଷା ପାଇଁ ନିୟୋଜିତ ଥିବା ପୋଲିସକର୍ମୀମାନେ ମଧ୍ୟ କରୋନରେ ସଂକ୍ରମିତ ହୋଇଛନ୍ତି । ସବୁଠାରୁ ବଡ ଖବର ହେଉଛି ଯେ, ରାମ ଜନ୍ମଭୂମିର ପୂଜାରୀ ପ୍ରଦୀପ ଦାସ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଶିଷ୍ୟ । ତେବେ ପ୍ରଦୀପ ସତ୍ୟେନ୍ଦ୍ରଙ୍କ ସହ ରାମ ଜନ୍ମଭୂମିର ପୂଜା କରିଥାନ୍ତେ ।

ଏବେ ରିପୋର୍ଟ ପଜିଟିଭ୍ ଆସିବା ପରେ ପୂଜାରୀ ପ୍ରଦୀପଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି । ଅନ୍ୟପଟେ ରାମ ଜନ୍ମଭୂମିର ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଥିବା ୧୬ ପୋଲିସ କର୍ମଚାରୀଙ୍କ ରିପୋର୍ଟ ମଧ୍ୟ କରୋନା ପଜିଟିଭ୍ ଆସିଛି ।

AyodhyaCoronaIndiaPositive