ଗୋଟିଏ କ୍ୟାପସୁଲରେ ନିୟନ୍ତ୍ରଣ ହେବ ଡାଇବେଟିସ

ଗତ କିଛି ବର୍ଷ ଧରି ଦେଶରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି. ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କୁ ନିଜ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ଦିନରେ ଅତି କମରେ ଇନସୁଲିନର ଦୁଇଟି ଇନଜେକ୍ସନ ନେବାକୁ ପଡିଥାଏ. ମାତ୍ର ଏବେ ବୈଜ୍ଞାନିକମାନେ ଏହି ଇନଜେକ୍ସନର ବିକଳ୍ପ ବାହାର କରିଛନ୍ତି. ଏବେ ଡାଇବେଟିସ ପୀଡିତ ବ୍ୟକ୍ତିଙ୍କୁ ଆଉ ଇନଜେକ୍ସନ ନେବାକୁ ପଡିବନି. ଗୋଟିଏ କ୍ୟାପସୁଲରେ ନିୟନ୍ତ୍ରଣ କରିହେବ ଡାଇବେଟିସ, ଯାହା ଏକ ଗବେଷଣାରୁ ଜଣାପଡିଛି. ଗବେଷଣା ଅନୁସାରେ, କ୍ୟାପସୁଲରେ ଏକ ଛୁଞ୍ଚି ରହିଛି, ଯାହାକୁ ଫ୍ରିଜ କରାଯାଇଥିବା ଇନସୁଲିନରୁ ପ୍ରସ୍ତୁତ କରାଯାଇଛି ଓ ଏଥିରେ ଏକ ସ୍ପ୍ରିଙ୍ଗ ମଧ୍ୟ ଅଛି, ଯାହାକୁ ସୁଗାରର ଏକ ଡିସ୍କ ଦ୍ୱାରା ରଖାଯାଇଛି.

ଏହି କ୍ୟାପସୁଲକୁ ଖାଇବା ମାତ୍ରେ ଏହା ପେଟରେ ପହଞ୍ଚି ପେଟରେ ଥିବା ପାଣି ଡିସ୍କକୁ ମିଳାଇ ଦେଇଥାଏ, ଯେଉଁଥିରୁ ସ୍ପ୍ରିଙ୍ଗ ବାହାରି ପଡିଥାଏ. ପରେ ଇନସୁଲିନ ଡାଇବେଟିସ ସିଷ୍ଟରେ ବ୍ରେକ ହୋଇଥାଏ.

Diabetic DrugHealthcareOdia