ରିୟା ଚକ୍ରବର୍ତ୍ତୀଙ୍କ ଓଡ଼ିଶା ଲିଙ୍କ!

ବଡିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁକୁ ନେଇ ସାରାଦେଶରେ ତୁମ୍ବିତୋଫାନ ଚାଲିଥିବା ବେଳେ ଓଡ଼ିଶା ଲିଙ୍କ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୁଶାନ୍ତଙ୍କ ତଥାକଥିତ ପ୍ରେମିକା ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ହ୍ୱାଟ୍ସଆପରେ ଚାଟ କରିବା ବେଳେ ଭୁବନେଶ୍ୱର ଲିଙ୍କ ନେଇ କଥା ହୋଇଥିବା ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଏହାକୁ ନେଇ ଓଡ଼ିଶା ଚର୍ଚ୍ଚାକୁ ଆସିଛି ।

ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ୨୦୨୦ ମାର୍ଚ୍ଚ ୧୬ ତାରିଖରେ ରିୟା-ସିମୋନ ଖମ୍ବାଠାଙ୍କ ସହ ହ୍ୱାଟ୍ସଆପରେ କଥା ହୋଇଥିଲେ । ଯେଉଁଥିଲେ ରିୟା ପଚାରିଛନ୍ତି, ଚିମ୍ ୟୁ ବ୍ୟାକ?.. ଯାହା ପରେ ସିମୋନ ତାଙ୍କୁ ଏକ ଅଡିଓ ଫାଇଲ ପଠାଇଛନ୍ତି । ଏହାର ଜବାବ ଦେବାକୁ ଯାଇ ରିୟା କହିଛନ୍ତି, ଏବେ ଘଟଣା ଭୁବନେଶ୍ୱରରେ । ଆଉ ସିମୋନ ପଚାରିଛନ୍ତି ତୁମେ ଭୁବନେଶ୍ୱରରେ କି? ରିୟା ଏନେଇ ହଁରେ ଉତ୍ତର ଦେଇଛନ୍ତି । ରିୟା ଓ ସିମୋନଙ୍କ ମଧ୍ୟରେ ଡ୍ରଗ୍ସ ଲିଙ୍କ ନେଇ ଚର୍ଚ୍ଚା ହେଉଥିବା ବେଳେ ଭୁବନେଶ୍ୱରକୁ ନେଇ ରିୟାଙ୍କ ଚାର୍ଟ ଘଟଣାକୁ ସନ୍ଦେହ ଘେରକୁ ଟାଣି ନେଇଛି ।

ଉଲ୍ଲେଖଥାଉ କି, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଚାଲିଛି । ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ରିୟାଙ୍କୁ ଘନଘନ ଜେରା କରୁଛି । ସୁଶାନ୍ତଙ୍କ ମୃତ୍ୟୁ ପଛରେ ରିୟାଙ୍କ ହାତ ରହିଥିବା ଅଭିଯୋଗମାନ ଆସୁଛି । ଏହି ଘଟଣା ଏବେ ସାରାଦେଶରେ ବିବାଦୀୟ ସ୍ଥିତି ସୃଷ୍ଟି କରିଥିବା ବେଳେ ଓଡ଼ିଶା ଲିଙ୍କ ଚର୍ଚ୍ଚାର ଖୋରାକ ଯୋଗାଇଛି ।

OdishaRhea Chakraborty