ସୁରତରୁ ୪ଟି ବସରେ ଓଡ଼ିଶା ବାହାରିଲେ ଗଞ୍ଜାମ ଶ୍ରମିକ

ଲକ୍‌ଡାଉନ୍ କଟକଣା ପରେ ବିଭିନ୍ନ କାରଖାନା ବନ୍ଦ ହୋଇଯାଇଥିବା ଯୋଗୁଁ ଗୁଜରାଟର ସୁରତ ସହରରେ ରହୁଥିବା ଗଞ୍ଜାମ ଜିଲ୍ଲାର ଲକ୍ଷାଧିକ ଶ୍ରମିକ ବେରୋଜଗାର ହୋଇଯାଇଛନ୍ତି। ଏଥିପାଇଁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବହୁ ଶ୍ରମିକ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ। ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାର କିଛି ଶ୍ରମିକ ନିଜ ଖର୍ଚ୍ଚରେ ୪ଟି ବସ୍‌ରେ ସୁରତରୁ ଭିଟାମାଟିକୁ ଫେରୁଥିବା ଜଣାପଡ଼ିଛି। ଏହି ଶ୍ରମିକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ବ୍ରାହ୍ମଣଛାଇ ଗ୍ରାମର ୪୦ରୁ ୪୫ଜଣ ଅଛନ୍ତି। ସୁରତ୍ ହାଉସିଂ ଓ ଗଣେଶନଗର ଇଲାକାରୁ ୪ଟି ବସ୍‌‌ରେ ଶ୍ରମିକମାନେ ମାସ୍କ୍ ଓ ଗ୍ଲୋବ୍ସ୍ ପିନ୍ଧି ବସ୍‌ରେ ଆସୁଛନ୍ତି। ଏଥିପାଇଁ ଜଣକ ପିଛା ୩୫୦୦ ଟଙ୍କା ଚାନ୍ଦା ଆଦାୟ କରାଯାଇଛି। ସୁରତରୁ ଆଜି ସନ୍ଧ୍ୟାରେ ଏହି ୪ଟି ବସ୍ ବାହାରିଛି।  ପ୍ରବାସୀ ଓଡ଼ିଆ ସମାଜର ସହଯୋଗରେ ସମସ୍ତଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯାଇଛି। ଅନୁମତିପତ୍ର ଆଣି ସେମାନେ ବାହାରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଶ୍ରମିକଙ୍କ ପରିବାରବର୍ଗ ପଞ୍ଜୀକରଣ ପାଇଁ ପଞ୍ଚାୟତ ଅଫିସରେ ଆବେଦନ କରିଛନ୍ତି।

CoronaVirusganjamGujaratLaboursLockdownOdisha