କେବଳ ସରକାର ନୁହେଁ, ନୂଆ ଓଡିଶା ଗଠନରେ ସମାଜର ଭାଗିଦାରୀ ଆବଶ୍ୟକ: ଧର୍ମେନ୍ଦ୍ର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପବିତ୍ର ଉତ୍କଳ ଦିବସର ବ୍ରାହ୍ମ ମୁହୂର୍ତ୍ତରେ ଚନ୍ଦ୍ରଭାଗା ବେଳାଭୂମିରେ ନୂଆ ଓଡିଶା ନିର୍ମାଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଓଡିଶାର ଭବିଷ୍ୟତ ଗଠନ ପାଇଁ ଓଡ଼ିଆ ଯୁବକମାନେ ନିଜେ ଆଗେଇ ଆସିବା ସହ ସମାଜକୁ ଏହି ଜନ ଆନ୍ଦୋଳନରେ ସାମିଲ କରିବାକୁ ଧର୍ମେନ୍ଦ୍ର ଆହ୍ୱାନ ଜଣାଇଛନ୍ତି। କେବଳ ସରକାର ନୁହେଁ, ନୂଆ ଓଡିଶା ଗଠନରେ ସମାଜର ଭାଗିଦାରୀ ମଧ୍ୟ ନିତାନ୍ତ ଆବଶ୍ୟକ ବୋଲି ସେ ମତ ପୋଷଣ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡ଼ିଆ ଭାଷା ଆଗାମୀ ପିଢ଼ି ମଧ୍ୟରେ ସଞ୍ଚରିତ ନହେଲେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସେନାନୀ ମାନଙ୍କର ସ୍ବପ୍ନ ପରାଜିତ ହେବ। ଆଜି ଦିନରେ ଇଂରାଜୀ ମିଡ଼ିଅମ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କର ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା ପ୍ରତି କିପରି ସମ୍ବେଦନଶୀଳତା ରହିବ ସେଥିପାଇଁ ଯୁବଶକ୍ତି ଆଗକୁ ଆସିବା ପାଇଁ ସେ ଅନୁରୋଧ କରିଛନ୍ତି।

ହଜାର ହଜାର ଯୁବକ ଯୁବତୀ ଆଜି ନୂଆ ଓଡିଶା ନିର୍ମାଣ ପାଇଁ ଶପଥ ନେଇଥିଲେ। ଏହି ଉତ୍ସବରେ ବିଶୁ ମହାରଣା ଏବଂ ଧର୍ମପଦଙ୍କର ଦାୟାଦ ଉପେନ୍ଦ୍ର ମହାରଣା ଯୁବକ ମାନଙ୍କୁ ଶପଥ ପାଠ କରାଇଥିବା ବେଳେ ବକ୍ସି ଜଗବନ୍ଧୁଙ୍କ ଦାୟାଦ ଉପାସନା ମହାପାତ୍ର ମଞ୍ଚ ଉପରେ ଉପସ୍ଥିତ ଥିଲେ।

ChandrabhagaDharmendra PradhanKonarkNew OdishaNua OdishaNua Odisha Nirmana AbhiyanaOdishaYouth Power