ନୁଆଁଖାଇ ଭେଟଘାଟ : ଜାଣନ୍ତୁ ବିଧି

ନୁଆଁଖାଇ I ପଶ୍ଚିମ ଓଡ଼ିଶାର ଗଣପର୍ବ I ସବୁ ସମ୍ପ୍ରଦାୟ ଲୋକେ ଏହି କୃଷି ଭିତ୍ତିକ ପର୍ବକୁ ପାରମ୍ପରିକ ରୀତ୍ତିରେ ପାଳନ କରିଥାନ୍ତି I ପ୍ରତିବର୍ଷ ଭାଦ୍ରବ ମାସ ଅର୍ଥାତ ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ପଡେ I 

ପୂଜା ବିଧି : ନବାନ୍ନ ସେବନ 

ନୁଆଁଖାଇ ପାଳନର ବିଧି ସ୍ୱତନ୍ତ୍ର ରହିଛି I ପରମ୍ପରା ଅନୁସାରେ ପୂଜାରୀ ନୁଆଁ ଖାଇ ପୂର୍ବ ଦିନ ଉପବାସ ରହି ଜମିରୁ ନୂଆ ଧାନ କାଟି ଗାଁର ସମସ୍ତ ପରିବାରକୁ ପ୍ରଦାନ କରିଥାନ୍ତି I ସେହି ନୂଆଧାନ କେଣ୍ଡାରୁ ପରିବାରର ମୁଖିଆ ଚାଉଳ ବାହାର କରନ୍ତି I ନୂଆ ଚାଉଳ ସହ ଘରେ ଥିବା ଅରୁଆ ଚାଉଳ, ନଡ଼ିଆ, ଗୁଡ଼ ଆଦି ମିଶାଇ ରନ୍ଧା ଯାଇଥାଏ I ଉକ୍ତ ନବାନ୍ନକୁ ମହୁଲ ପତ୍ର, ଭେଲୁଆ ପତ୍ର ବା କୋରେ ପତ୍ରରେ ରଖିପୂଜାକ ରାଯାଏ I ଘରର ମୁରବୀ ତାହା ସମ୍ପାଦନ କରିଥାନ୍ତି I  ଭୋଗ ପରେ ସମସ୍ତ ପରିବାର ଏକାଠି ବସି ନବାନ୍ନ ସେବନ କରିଥାନ୍ତି I ଏହି ନବାନ୍ନ ବାହାରର ଲୋକଙ୍କୁ ଛୁଇଁବାକୁ ଦିଆଯାଏ ନାହିଁ I ହେଲେ ଭିନ୍ନ ଭାବରେ ପ୍ରସ୍ତୁତ ଖିରି, ପିଠା, ମିଠା ଓ ପଣା ଆଦି ସେମାନଙ୍କୁ ଦିଆ ଯାଏ I ପରିବାର ଲୋକେ ନୂଆବସ୍ତ୍ର ମଧ୍ୟ ପରିଧାନ କରିଥାନ୍ତି I 

ଜୁହାର ଭେଟ 

ନବାନ୍ନ ସେବନ ପରେ ଘରର କନିଷ୍ଠ ମାନେ ବୟୋଜ୍ୟେଷ୍ଠମାନଙ୍କୁ ଭୂମିଷ୍ଠ ପ୍ରଣାମ କରି ଆଶୀର୍ବାଦ ନେଇଥାନ୍ତି I ଏହାକୁ ଜୁହାର ଭେଟ କୁହାଯାଏ I ସକାଳେ ଏହି କାର୍ଯ୍ୟ ସମାପନ ହୁଏ, ଅପରାହ୍ନରେ ଗ୍ରାମର ଲୋକମାନେ ଏକାଠି ହୋଇ ଖୁବ ଧୁମ ଧାମରେ ନୂଆଁଖାଇ ଉତ୍ସବ ପାଳିଥାନ୍ତି I ସମସ୍ତେ ଏକାଠି ବସି ଖାଇଥାନ୍ତି । ଖାଇସାରିବା ପରେ ଭେଟଘାଟ ପର୍ବ ଆରମ୍ଭ ହୁଏ । ପ୍ରଥମେ ଗ୍ରାମଦେବତୀଙ୍କ ପୀଠ ବା ଭାଗବତ ଟୁଙ୍ଗୀରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କୁ ପ୍ରଣାମ ଜଣାଇ ଆଶୀର୍ବାଦ କାମନା କରିଥାନ୍ତି ।ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ

ଆମିଷ ଭୋଜନ 

ନୂଆଁଖାଇ ପର୍ବ ପାଳନ ସମୟରେ ଇଷ୍ଟଦେବୀଙ୍କୁ ଭୋଗଲାଗି କରୁଥିବାରୁ ସେଦିନ ପ୍ରାୟତଃ କେହି ଆଇଁଷ ଖାଆନ୍ତି ନାହିଁ । ପରଦିନ ରାତ୍ରିରେ ଆମିଷ ଭୋଜନ ହୁଏ I ଏହି ଦିନକୁ ନୂଆାଖାଇ ବାସି ବୋଲି କୁହାଯାଏ । ଏହି ଦିନଟିକୁ ମଉଜ ମଜଲିସର ଦିନ ଭାବେ ପାଳନ କରାଯାଏ । କିଛି ପରିବାର ଆମିଷ ଭୋଜନ କରି ନ ଥିବା ଦେଖାଯାଏ I 
ଏହି କୃଷି ଭିତ୍ତିକ ଗଣ ପର୍ବ କାହିଁ କେଉଁ ଦିନରୁ ବିଶ୍ୱବ୍ୟାପୀ ପାଳନ ହୋଇ ଆସିଛି..
ତଥ୍ୟ : ପୁସ୍ତକ : ଡଙ୍ଗର ଉହାଡେ ଜହ୍ନ, ଲେଖକ : ଜିତେନ୍ଦ୍ର ପଟ୍ଟନାୟକ ।

Nuakhai BhetghatOdishaWestern Odisha