ଲୋକସେବା ଭବନରେ ହେବ ବଜେଟ୍ ଅଧିବେଶନ

ବିଧାନସଭା ଗୃହ ପରିବର୍ତ୍ତେ ଲୋକସଭା କନଭେନସନ୍ ହଲରେ ହେବ ବଜେଟ୍‌ ଅଧିବେଶନ। ମାର୍ଚ୍ଚ ୩୧ ପରିବର୍ତ୍ତେ ମାର୍ଚ୍ଚ ୩୦ରେ ଆସିବ ବ୍ୟୟ ମଞ୍ଜୁରୀ ବିଲ୍। ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ସ୍ଥାନ ପରିବର୍ତ୍ତନ ହୋଇଥିବା କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।
ଏଥିସହିତ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଧାନସଭା ବିଲ୍ଡିଂକୁ ବିଶୋଧୋନ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନିର୍ଦ୍ଦେଶ। ବିଧାୟକମାନେ ୨ ମିଟର ଦୂରରେ ବସିବେ ଏବଂ ପ୍ରତି ଦଳର ୩୦% ବିଧାୟକ ଉପସ୍ଥିତ ରହିବାକୁ ଦଳର ନେତାଙ୍କୁ କୁହାଯାଇଛି। ଏଥିସହିତ ବିଧାୟକମାନଙ୍କୁ ରାସ୍ତାରେ ନ ଅଟକାଇବାକୁ ଲାଗି ସସମସ୍ତ ଜିଲ୍ଲାପାଳ ଓ SPଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି।

Budget SessionLok SabhaOdisha