ଉତ୍କଳ ଦିବସ – ଗର୍ବର ସହ କୁହନ୍ତୁ ମୁଁ ଓଡ଼ିଆ

ପବିତ୍ର ଉତ୍କଳ ଦିବସ ପ୍ରତ୍ୟେକ ଓଡ଼ିଆର ମନ, ପ୍ରାଣ ଏବଂ ହୃଦୟ ସହ ଜଡ଼ିତ। ଆମ ଓଡ଼ିଆ ଜାତିର ଗର୍ବ ଓ ଗୌରବ ସେହି ମହାପୁରୁଷମାନେ ନିଜ ସ୍ୱାର୍ଥକୁ ତ୍ୟାଗ କରି ଉତ୍କଳ ଜନନୀର ସେବାରେ ନିଜକୁ ଉତ୍ସର୍ଗ କରିଥଲେ ଏବଂ ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଯେହେତୁ ଏପ୍ରିଲ ୧, 1936 ମସିହାରେ ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ରୂପେ ଏକ ସ୍ୱତନ୍ତ୍ର ପ୍ରଦେଶର ମର୍ଯ୍ୟାଦା ପାଇଥିଲା, ଆମେ ଏହି ଦିନକୁ ଉତ୍କଳ ଦିବସ ବା ଓଡ଼ିଶା ଦିବସ ରୂପେ ପାଳନ କରୁଅଛୁ।

ଓଡ଼ିଶା ଆଉ ଓଡ଼ିଆଙ୍କ ସ୍ବାଭିମାନ ପାଇଁ ଲଢ଼େଇ କରିଥିଲେ ବ୍ୟାସ କବି ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମୁଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ବାସୁଦେବ ସୁଢଳ ଦେବ, ରାଧାନାଥ ରାୟ, ଭୁବନାନନ୍ଦ ଦାସ, ଏପି ପାତ୍ର ଆଦି ଓଡ଼ିଆ ପ୍ରାଣ।

ଆସନ୍ତୁ ଏ ଓଡ଼ିଆ ଜାତିର ମହାପୁରୁଷ ମାନଙ୍କ ଚରଣରେ ମଥାନତ ହୋଇ ଆମେ ଶପଥ ନେବା ଯେ ଏ ରାଜ୍ୟ ଓ ଜାତିର ଗୌରବ ଏବଂ ସ୍ବାଭିମାନର ରକ୍ଷା ପାଇଁ ସର୍ବଦା ତତ୍ପର ରହିବା।

ବନ୍ଦେ ଉତ୍କଳ ଜନନୀ। ଜୟ ଜଗନ୍ନାଥ।

April 1OdishaOdisha DayOdisha DibasaUtkala Dibasa