Odisha News Insight

କରୋନା: ଫୋନରେ ଦିନ ତମାମ ମାଗଣା ପରାମର୍ଶ ଦେବେ ଡାକ୍ତର

 ଲକ୍‌ଡାଉନ୍‌ରେ ଥିବା ଲୋକଙ୍କ ପାଇଁ ସୁଖବର। ଆପଣଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଥିଲେ ବା ସ୍ବାସ୍ଥ୍ୟକୁ ନେଇ କୌଣସି ସମସ୍ୟା ଦେଖାଦେଲେ ଆପଣ ଡାକ୍ତରଖାନା ଓପିଡି ଯିବାର ଆବଶ୍ୟକତା ନାହିଁ। ଆପଣଙ୍କ ଫୋନରେ ଆପଣ ଅଭିଜ୍ଞ ଡାକ୍ତରଙ୍କ ଠାରୁ ମାଗଣା ପରାମର୍ଶ ପାଇପାରିବେ।

ଭାରତୀୟ ଡାକ୍ତରୀ ସଙ୍ଘ (IMA)ର ଓଡ଼ିଶା ଶାଖା ପକ୍ଷରୁ ,ଭଳି ଅଭିନବ ସେବା ଯୋଗାଇ ଦିଆଯାଉଛି। କରୋନା ନେଇ କୌଣସି ସନ୍ଦେହ ଉପୁଜିଲେ ମଧ୍ୟ ଲୋକମାନେ ଏହି ଡାକ୍ତରମାନଙ୍କୁ ଫୋନରେ କଥା ହୋଇପାରିବେ ଅଥବ ହ୍ବାଟ୍ସଆପ୍‌ ସାହାଯ୍ୟରେ ମଧ୍ୟ ପ୍ରଶ୍ନ ପଚାରିପାରିବେ।

କେଉଁ ସମୟରେ କେଉଁ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ ଉପର ଚିତ୍ରରେ ଦେଖନ୍ତୁ। ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ୨୦ ଜଣ ଡାକ୍ତର ଭିନ୍ନ ଭିନ୍ନ ସମୟରେ ଲୋକଙ୍କୁ ପରାମର୍ଶ ଦେବା ପାଇଁ ଫୋନରେ ଉପଲବ୍ଧ ରହିବେ ବୋଲି ଆଇଏମ୍‌ଏ ଓଡ଼ିଶା ଶାଖା ପକ୍ଷରୁ ସୂଚନା ଦିଆଯାଇଛି।

Leave a comment