Odisha News Insight

କରୋନା ଦେଶରେ ୧୯ ମୃତ, ୭୯ ଜଣ ଆରୋଗ୍ୟ

ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧୪୯ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହିତ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୩ରେ ପହଁଞ୍ଚିଛି। ସେମଧ୍ୟରୁ ୮୨୬ ଭାରତୀୟ ଓ ୪୭ ବିଦେଶୀ ଅଟନ୍ତି। ସରକାରୀ ହିସାବରେ ଦେଶରେ ଏଯାବତ୍‌ ମୃତ୍ୟୁ ସଂଖ୍ୟା ୧୯ ଥିବା ବେଳେ ଗତକାଲି ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ଉଲ୍ଲେଖ କରିଛନ୍ତି। ଅପରପକ୍ଷେ ୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସାରା ବିଶ୍ବରେ ୧୯୯ଟି ଦେଶ କରୋନା ଭାଇରସରେ ଆକ୍ରାନ୍ତ ହୋଇଛି। କରୋନା ଭାଇରସ୍‌ ପାଇଁ ଏଯାବାତ୍‌ ୨୭ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଛି।

Leave a comment