Odisha News Insight

ବ୍ୟାଙ୍କ ଋଣକାରୀଙ୍କୁ ୩ ମାସର ମହଲତ

କରୋନା ଲକ୍‌ଡାଉନ୍‌ରେ ସାଧାରଣ ଜନତା ଓ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ଋଣକାରୀଙ୍କୁ ମିଳଇଚି ଆଶ୍ବସ୍ତି। ଆଗାମୀ ୩ ମାସ ପର୍ଯ୍ୟନ୍ତ ଋଣ ସୁଝିବା ବାଧ୍ୟତାମୂଳକ ନୁହେଁ ବୋଲି ରିଜର୍ବ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ କହିଛନ୍ତି।

ରିଜର୍ବ ବ୍ୟାଙ୍କ ପକ୍ଷରୁ ଏ ନେଇ ସମସ୍ତ ବ୍ୟାଙ୍କ ଓ ଅଣବ୍ୟାଙ୍କ ଫାଇନାନ୍ସିଆଲ କମ୍ପାନୀ () ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ମାର୍ଚ୍ଚ ୧ ତାରିଖ ଠାରୁ ଲାଗୁ ହେବ। ମାର୍ଚ୍ଚ ୧ ପରେ ତିନି ମାସ ପର୍ଯ୍ୟନ୍ତ ଋଣଗ୍ରହୀତାଙ୍କୁ କିସ୍ତି ଦେବାକୁ ବ୍ୟାଙ୍କ ଓ ଫାଇନାନ୍ସିଂ ସଂସ୍ଥା ବାଧ୍ୟ କରିପାରିବେ ନାହିଁ।

ଯେଉଁମାନଙ୍କର ବ୍ୟାଙ୍କ୍‌ ଆକାଉଣ୍ଟରୁ କିସ୍ତି ସ୍ବୟଂ ଦେୟ (ଅଟୋଡେବିଟ୍) ହେଉଥିବ, ଏଣିକି ୩ ମାସ ଯାଏଁ ତାହା ସ୍ଥଗିତ ରହିବ। ଆକାଉଣ୍ଟରେ ଯଥେଷ୍ଟ ଜମା ରାଶି ଥିଲେ ବି ବ୍ୟାଙ୍କ୍‌ମାନେ ଅଟୋଡେବିଟ୍‌ ହୋଇପାରିବ ନାହିଁ ବୋଲି ରିଜର୍ବ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛନ୍ତି।

Leave a comment