Odisha News Insight

ସେନାରେ କରୋନା: କ୍ବାରାଣ୍ଟିନ୍‌ରେ ୫୦ ବିଏସ୍‌ଏଫ୍‌ ଯବାନ

ସେନାବାହିନୀରେ କରୋନା ରୋଗୀ ଠାବ ହୋଇଛି। ଜଣେ ବ୍ୟକ୍ତିଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ଦେଖାଦେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୫୦ ଜଣ ବର୍ଡସ ସିକ୍ୟୁରିଟି ଫୋର୍ସ ଯବାନଙ୍କୁ କ୍ବାରାଣ୍ଟିନରେ ରଖାଯାଇଛି।

ମଧ୍ୟପ୍ରଦେଶ ଗ୍ବାଲିଅର୍‌ ଜିଲ୍ଲା ଟେକାନପୁର ଠାରେ ଥିବା ବିଏସ୍‌ଏଫ୍‌ ପ୍ରଶିକ୍ଷଣ କେନ୍ଦ୍ରରେ ଏହି ଘଟଣା ଘଟିଛି। ଜଣେ ଅଧିକାରୀଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ଏଡିଜି ଓ ଆଇଜିଙ୍କ ଉପସ୍ଥିତିରେ ବିଏସ୍‌ଏଫ୍‌ର ଏକ ବୈଠକରେ ଏହି ଆକ୍ରାନ୍ତ ଅଧିକାରୀ ଜଣକ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ଠାରେ ପଜିଟିଭ୍‌ ଜଣାପଡ଼ିବା ପରେ ସଂସ୍ପର୍ଶରେ ଆସିଥିବା ୫୦ ଜଣଙ୍କୁ କ୍ବାରାଣ୍ଟିନ୍‌ ପଠାଇଦିଆଯାଇଛି।

୫୭ ବର୍ଷୀୟ ଆକ୍ରାନ୍ତ ବ୍ୟକ୍ତିଙ୍କର ପତ୍ନୀ ନିକଟରେ ଇଠଲଣ୍ଡ ଯାଇଥିବାରୁ ତାଙ୍କ ଠରୁ ରୋଗ ସଂକ୍ରମିତ ହୋଇଥିବା ଆଶା କରାଯାଉଛି।

Leave a comment