Odisha News Insight

PM CARES ଦେଶବାସୀଙ୍କୁ ଦାନ ମାଗିଲେ ପ୍ରଧାନମନ୍ତ୍ରୀ

 ସାରା ବିଶ୍ବକୁ କରୋନା ଭୂତାଣୁ ଭୟଭୀତ କରିଥିବା ବେଳେ ଭାରତ ମଧ୍ୟ ଏହି ମାରାତ୍ମକ ରୋଗ ସହ ଲଢ଼େଇ କରୁଛି। ଗୋଟିଏ ପଟେ ସାରା ଦେଶ ଲକ୍‌ଡାାଉନ୍‌ ଥିବା ବେଳେ ଅନ୍ୟପଟେ ଜନତା ଓ ରାଷ୍ଟ୍ରର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ଏଭଳି ସମୟରେ ଦେଶର ଏଇ ଲଢ଼େଇରେ ସାମିଲ ହେବା ଲାଗି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆଜି ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହଯୋଗ ଓ ସହାୟତା ଜରୁରୀ ପରିସ୍ଥିତି ପାଣ୍ଠି (Prime Minister’s Citizen Assistance and Relief in Emergency Situations Fund) ବା PM-CARES ପାଣ୍ଠି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଜନସାଧାରଣ ଏହି ପାଣ୍ଠିକୁ ଦାନ ଦେଇ କରୋନା ବିରୋଧୀ ଲଢ଼େଇରେ ନିଜର ଯୋଗଦାନ ରଖିବାକୁ ସେ ଆହ୍ବାନ ଦେଇଛନ୍ତି।

ବିଭିନ୍ନ ବର୍ଗର ଲୋକ କରୋନା ଲଢ଼େଇ ପାଇଁ ସହଯୋଗ କରିବାକୁ ଆଗେଇ ଆସୁଥିବାରୁ ସେମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ପାଣ୍ଠି ଗଠନ କରାଯାଇଛି ବୋଲି ଟୁଇଟ୍‌ କରି ଲେଖିଛନ୍ତି ମୋଦି। ଏକ ସ୍ବସ୍ଥ ଭାରତ ଗଠନରେ ଏହା ଏକ ଦୀର୍ଘସୂତ୍ରୀ ସମାଧାନ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା କରିଛନ୍ତି।

ଅନ୍ୟ ଏକ ଟୁଇଟରରେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ସହଯୋଗ ପାଇଁ ଅନୁରୋଧ କରିବା ସହ କେଉଁ ଲିଙ୍କ ବ୍ୟବହାର କରି ସହାୟତା ରାଶି ପଠାଇହେବ ତାହାର ବିସ୍ତୃତ ସୂଚନା ରଖିଛନ୍ତି।

ପିଏମ୍-କେଆର୍ସକୁ ଦାନ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଦାନସୀମା ରଖାଯାଇନାହିଁ। ଯେକୌଣସି କ୍ଷୁଦ୍ର ପରିମାଣ ମଧ୍ୟ ଦାନ କରିହେବ।

ଜନସାଧାରଣ ସିଧାସଳଖ ନିମ୍ନ ସୂଚନା ବ୍ୟବହାର କରି ପିଏମ-କେ୍ରାର୍ସ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ପଠାଇପାରିବେ। ପିଏମ୍-କେଆର୍ସକୁ ଦାନ କରାଯାଉଥିବା ସମସ୍ତ ପରିମାଣ ଆୟକର ଛାଡ୍‌ର ସୁବିଧା ପ୍ରାପ୍ତହେବ।
Name of the Account : PM CARES
Account Number : 2121PM20202
IFSC Code : SBIN0000691
SWIFT Code : SBININBB104
Name of Bank & Branch : State Bank of India, New Delhi Main Branch
UPI ID : pmcares@sbi
pmindia.gov.in ଓ୍ବେବସାଇଟ୍‌ରେ ନିମ୍ନଲିଖିତ ଦେୟ ଉପାୟ ସବୁ ଉପଲବ୍ଧ ଅଛି

  1. Debit Cards and Credit Cards
  2. Internet Banking
    3.UPI (BHIM, PhonePe, Amazon Pay, Google Pay, PayTM, Mobikwik, etc.)
  3. RTGS/NEFT
Leave a comment