Odisha News Insight

ଓଡ଼ିଶାରେ ଲୋକପ୍ରିୟ ସରକାର ଚାଲିଛି : ଆପ

ଓଡ଼ିଶାରେ ଲୋକପ୍ରିୟ ସରକାର ଚାଲିଛି  । ନବୀନ ସରକାର ଆମଆଦମୀ ପାର୍ଟିର କେତେକ କାର୍ଯ୍ୟକୁ ଅନୁକରଣ କରୁଛନ୍ତି । ଏକଥା କହିଛନ୍ତି ଆପ ମୁଖପାତ୍ର ଅମିତାଭ ପାତ୍ର ।

ଏକ ଟିଭି ଚ୍ୟାନେଲକୁ ସେ କହିଛନ୍ତିଯେ, ଦିଲ୍ଲୀରେ ଆପ କାମ ପାଇଁ ଭୋଟ ହାସଲ କରିଛି  । ଗତ ମାସେ ଧରି ସେମାନେ ଦିଲ୍ଲୀର ବିଭିନ୍ନ ବିଧାନସଭା ଅଂଚଳକୁ ଗସ୍ତ କରିଥିଲେ । ବିଜେପି କାର୍ଯ୍ୟକର୍ତାମାନେ ସେମାନଙ୍କୁ ବହୁ ଟାହିଟାପରା କରୁଥିଲେ  । ହେଲେ ସେମାନେ ବିନମ୍ରତାର ସହ ଆପ ସରକାରର କାର୍ଯ୍ୟକ୍ରମ ବିଷୟରେ ଜନତାଙ୍କୁ ବୁଝାଇଥିଲେ  । ବିଦ୍ୟାଳୟ ଓ ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ ଉପରେ ଲୋକଙ୍କୁ ଅବଗତ କରାଇଥିଲେ  । ଯେଉଁଥିପାଇଁ ଦିଲ୍ଳୀବାସୀ କେଜ୍ରିୱାଲ ଓ ଆପ ଉପରେ ଆସ୍ଥା ପ୍ରକଟ କରିଛନ୍ତି  ।

Leave a comment