Odisha News Insight

ଖୋଲିବ ସେଲୁନ୍‌, ପାର୍ଲର; ବିଏମ୍‌ସି ରଖିଲା କଡ଼ା ସର୍ତ୍ତ

ମହାମାରୀ ‘କରୋନା’ ପାଇଁ ଦିଆଯାଇଛି ଲକ୍‌ଡାଉନ। ୪.୦ ଲକ୍‌ଡାଉନରେ ଭୁବନେଶ୍ୱରରେ କେଉଁ ଦୋକାନ ଖୋଲିବ ଓ କେଉଁ ଦୋକାନ ବନ୍ଦ ରହିବ? ସେଥିପାଇଁ ଗାଇଡ୍‌ଲାଇନ ଜାରି ଭୁବନେଶ୍ୱର ମହାନଗର ନଗମ(ବିଏମ୍‌ସି)।

ଜାରି କରିଥିବା ନିର୍ଦ୍ଦେଶନାମ ଅନୁସାରେ ବିମାନ ଚଳାଚଳ, ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ। ସବୁ ସାମାଜିକ, ରାଜନୈତିକ, ମନୋରଂଜନ କାର୍ଯ୍ୟକ୍ରମ ବନ୍ଦ ରହିବ। ଧର୍ମୀୟ ଅନୁଷ୍ଠାନକୁ ସାଧାରଣ ଲୋକଙ୍କ ପ୍ରବେଶ ଓ ସମାଗମ ମନା। ସ୍ପୋର୍ଟସ କଂପ୍ଲେକ୍ସ ଓ ଷ୍ଟାଡିୟମ ଖୋଲିବ। କିନ୍ତୁ ସେଠାକୁ ଦର୍ଶକ ଯାଇପାରିବେ ନାହିଁ। ସେହିପରି ହୋଟେଲ ଓ ଲଜ ବନ୍ଦ ରହିବ। ରେଷ୍ଟୁରାଣ୍ଟରୁ ଖାଦ୍ୟ ଘରକୁ ନେଇହେବ। ଦୋକାନ, ମଲ୍‌ଟିପ୍ଲେକ୍ସ ଥିବା ୪୦ ହଜାର ବର୍ଗଫୁଟରୁ ବଡ଼ ମଲ ବନ୍ଦ ରହିବ। ସବୁ ପରିବା ଓ ଫଳ ମାର୍କେଟ ବିକେନ୍ଦ୍ରୀକରଣ ଭାବେ ଖୋଲିପାରିବ। ସେଲୁନ, ପାର୍ଲର ଓ ସ୍ପା ଖୋଲିପାରିବ। ଦୋକାନୀ ମାସ୍କ ଓ ଗ୍ଲୋଭସ ପିନ୍ଧିବେ। ଜଳଖିଆ ଦୋକାନ ଖୋଲିବ। ଦୋକାନରେ ଖାଇ ପାରିବେ ନାହିଁ। ଘରକୁ ନେଇଯିବେ। ଔଷଧ ଦୋକାନ ଛାଡ଼ି ଅନ୍ୟ ସବୁ ସକାଳ ୭ରୁ ସଂଧ୍ୟା ୬ଟା୩୦ ଖୋଲିବ। ଲକ୍‌ଡାଉନ୍‌ ଓ ସାମାଜିକ ଦୂରତ୍ୱ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ହେବ

Leave a comment