Odisha News Insight

ପରଲୋକରେ ବିଜୟ ମହାନ୍ତି

ଭେଟେରାନ ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ । ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । 70 ବର୍ଷ ବୟସରେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସୋମବାର ସନ୍ଧ୍ୟା 8ଟାରେ ସେ ପଲସ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ଚିକିତ୍ସା କରୁଥିବା ହସ୍ପିଟାଲ ସହିତ ଯୋଗଯୋଗ କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିବା ବେଳେ ଗତ 14 ଜୁନରେ ତାଙ୍କୁ ଓଡିଶା ଅଣାଯାଇ ଫେରି କେୟାର ହସ୍ପିଟାଲରେ ଡାକ୍ତରଙ୍କ ତତ୍ବାବଧାନରେ ରଖାଯାଇଥିଲା ।

Bijay Mohanty Odia Actor Death

ସୂଚନାଯୋଗ୍ୟ, ଓଡ଼ିଆ ଫିଲ୍ମ ଜଗତର ବିଶିଷ୍ଟ ଅଭିନେତା ମହାନ୍ତି ହାଇଦ୍ରାବାଦରେ ତାଙ୍କ ଝିଅଙ୍କ ପାଖରେ କିଛି ବର୍ଷ ଧରି ରହି ଆସୁଥିଲେ । ତେବେ ଗତ ମେ ମାସରେ 26 ତାରିଖରେ ତାଙ୍କର ଛାତିରେ ଯନ୍ତ୍ରଣା ହେତୁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Bijay Mohanty Odia Movie List
Leave a comment