Odisha News Insight

ସାଧାରଣ ଜୀବନ ଯାପନର ପ୍ରତୀକ ଥିଲେ ପାରିକର, ମୁଖ୍ୟମନ୍ତ୍ରୀ ଥିବା ସମୟରେ ସ୍କୁଟରରେ ଯାଉଥିଲେ ବିଧାନସଭା

ଗୋଟିଏ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କ୍ୟାନ୍ସର ସହ ସଂଗ୍ରାମ କରୁଥିବା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ରବିବାର ସନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଟ୍ୱିଟରେ ପାରିକରଙ୍କ ନିଧନର ସୂଚନା ଦେଇଥିଲେ । ଏହାର କିଛି ସମୟ ପୂର୍ବରୁ ସିଏମଓ ଓଫିସରୁ ଟ୍ୱିଟ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ସୂଚନା ଦିଆଯାଇଥିଲା । ଡାକ୍ତରମାନେ ନିଜ ପକ୍ଷରୁ ଯଥା ସମ୍ଭବ ଚେଷ୍ଟା କରୁଥିବା ସୂଚନା ଦିଆଯାଇଥିଲା । ପାରିକରଙ୍କ ମୃତ୍ୟୁ ପରେ ତାଙ୍କ ବାସ ଭବନ ବାହାରେ ଜନ ସମୁଦ୍ର ସୃଷ୍ଟି ହୋଇଛି । ସେବା ଏବଂ ସମର୍ପଣର ଛବି ଥିଲେ ପାରିକର
ମନୋହର ପାରିକର ନିଜର ପରଉପକାରିତା ଏବଂ ସେବା ପାଇଁ ପରିଚିତ ଥିଲେ ।

ସୋଲିଆଲ ମିଡିଆରେ ଏବଂ ପ୍ରଯୁକ୍ତିବିଦ୍ୟା ସାହାୟତାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସାଧାରଣ ଲୋକ ପରି ଲୋକ ମଧ୍ୟରେ ଚର୍ଚ୍ଚାର କାରଣ ହୋଇଥିଲା । କିନ୍ତୁ ବାସ୍ତବରେ ସାଧାରଣ ଲୋକ ଏବଂ ସେବାର ଉଦାହରଣ କଥା କହିବା ତେବେ ସେ ହେଉଛନ୍ତି ଗୋଆର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ମନୋହର ପାରିକର । ଆମେ ଏହା ଏଥିପାଇଁ କହୁଛୁ କାରଣ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ରହିବା ସମୟରେ ସେ ଅନେକ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆବାସର ବ୍ୟବହାର କରିନଥିଲେ । ସେ ନିଜର ଘରେ ରହିବାର ।ଆଜି ମଧ୍ୟ ପାରିକରଙ୍କ ଛବି ଜଣେ ସଚୋଟ ନେତା ଭାବେ ରହିଛି ।

ମନୋହର ପାରିକରଙ୍କ ସାଧାରଣ ବ୍ୟକ୍ତିତ୍ୱ ପାଇଁ ସମସ୍ତେ ତାଙ୍କର ପ୍ରଶଂସା କରୁଥିଲେ । ଗୋଆର ମୁଖ୍ୟମନ୍ତ୍ରୀ ରହିଥିବା ସମୟରେ ଅନେକ ଥର ବିଧାନସଭା ଯିବା ସମୟରେ ସେ ଗାଡି ଛାଡି ସ୍କୁଟରରେ ଯାଉଥିଲେ । ଏହା ସହା ସେ ବିନା ସୁରକ୍ଷାରେ କୌଣସି ବି ଷ୍ଟଲରେ ମଧ୍ୟ ଠିଆ ହୋଇ ଚା ପିଇବାର ମଧ୍ୟ ଦେଖିବାକୁ ମିଳିଥିଲା । ପାରିକରଙ୍କ ଏହି ଅଭ୍ୟାସ ଗୁଡିକ ଗୋଆର ଲୋକ ମାନଙ୍କ ପାଇଁ ସାଧାରଣ କଥା ଥିଲା । ମୁଖ୍ୟମନ୍ତ୍ରୀ ଏବଂ ରକ୍ଷାମନ୍ତ୍ରୀ ରହିବା ସମୟରେ ମଧ୍ୟ ତାଙ୍କ ଛବିରେ କୌଣସି ଦାଗ ଲାଗି ନଥିଲା ।

ସାଧାରଣ ନାଗରିକଙ୍କ ପରି ପାରିକରଙ୍କ ଥିଲା ପରିଧାନ । ଏହି ପରିଧାନ ପାଇଁ ମଧ୍ୟ ପରିଚିତ ଥିଲେ ମନୋହର ପାରିକର । ପାରିକର ସାଧାରଣତ ସାର୍ଟ ପ୍ୟାଣ୍ଟରେ ରହିବାର । ସେ ଯେକୌଣସି ମିଟିଂ ହେଉ ଅବା ବଡ ନେତାଙ୍କ କାର୍ଯ୍ୟକ୍ରମ ସେ କେବେ ବି ଜାକଜକମର ପୋଷାକ ପିନ୍ଧିବାକୁ ପସନ୍ଦ କରୁନଥିଲେ । ସବୁବେଳେ ସେହି ସାଧା ପୋଷାକ ପରିଧାନ କରିବାକୁ ପସନ୍ଦ କରୁଥିଲେ । ନିଜ ପୁଅର ବାହାଘରର ମଧ୍ୟ ସେ ଏହି ପରି ସାଧାରଣ ପୋଷାକ ପିନ୍ଧି ଅତିଥିମାନଙ୍କୁ ସ୍ୱାଗତ କରୁଥିଲେ । ଏହା ସହ ମନୋହର ପାରିକର 16ରୁ 18 ଘଣ୍ଟା କାମ କରିବାକୁ ପସନ୍ଦ କରୁଥିଲେ ।

Leave a comment