Odisha News Insight

ଢେଙ୍କାନାଳରେ ପ୍ରଥମ କରୋନା ଆକ୍ରାନ୍ତ

ଓଡ଼ିଶାରେ ଆଜି ଦୁଇଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ଭୁବନେଶ୍ବରର ହୋଇଥିବା ବେଳେ ଢେଙ୍କାନାଳରେ ମିିଳିଛି ପ୍ରଥମ କରୋନା ପଜିିଟିଭ୍। ଏମାନଙ୍କ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିିଛି।

ଢେଙ୍କାନାଳ ସହରର ଜଣେ ୫୧ ବର୍ଷର ମହିଳାଙ୍କ ଠାରେ ଆଜି କରୋନା ଭୂତାଣୁ ଠାବ ହୋଇଛି। ଭୁବନେଶ୍ବରରେ ଜଣେ ୬୯ ବର୍ଷିୟ ପୁରୁଷ ମଧ୍ୟ ଆଜି କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ବବ୍ୟକ୍ତି ଜଣଙ୍କର ପଶ୍ଚିମବଙ୍ଗର ମେଦିନାପୁରରେ ରହୁଥିଲେ। ସେଠାରୁ ସିଧାସଳଖ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆଣି ଭୁବନେଶ୍ବରରେ କୋଭିଡ୍‌ ହସ୍ପିଟାଲରେ ରଖାଯାଇଛ।

ଆଜିର ଢେଙ୍କାନାଳ ଆକ୍ରାନ୍ତ ପରେ ରାଜ୍ୟରେ ଏବେ ୮ଟି ରାଜ୍ୟକୁ ବ୍ୟାପିଲା କରୋନା ଭୂତାଣୁ। ମୋଟ ୪୪ ଜଣଙ୍କ ମଧ୍ୟରୁ ୩୫ ଜଣ ଭୁବନେଶ୍ବର (ଖୋର୍ଦ୍ଧା)ର ହୋଇଥିବା ବେଳେ ଭଦ୍ରକରେ ୩ ଜଣ। ଢେଙ୍କାନାଳ, କଳାହାଣ୍ଡି, ପୁରୀ, ଯାଜପୁର, କଟକ ଓ କେନ୍ଦ୍ରାପଡ଼ାରେ ଜଣେ ଲେଖାଏଁ ରୋଗୀ ମିଳିଛନ୍ତି। ଭୁବନେଶ୍ବରର ୩୫ ଜଣଭ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ମୃତ୍ୟୁବରଣ କରିଛନ୍ତି।

Leave a comment