Odisha News Insight

ବନ୍ଦେ ଭାରତ ମିସନ ରେ ପ୍ରବାସୀଙ୍କୁ ନେଇ ଭୁବନେଶ୍ବର ଫେରିବ 2 ଟି ବିମାନ!

ପ୍ରଥମରେ ମିଡ୍ ଇଷ୍ଟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସନ୍ତା 14 ତାରିଖରେ ଭାରତ ସରକାରଙ୍କ ସ୍ୱତନ୍ତ୍ର ବିମାନ ଦୁବାଇରୁ ଭୁବନେଶ୍ବର ଆସିବ I ଏୟାର୍ ଇଣ୍ଡିଆ ବିମାନ ଏଆଇ – 1474 ରେ ପ୍ରାୟ ଦୁଇ ଶହ ଯାତ୍ରୀ ଫେରିବେ I ଏହାପରେ ଆଉ ଏକ ବିମାନ କ୍ୱାଲାଲୁମ୍ପୁରରୁ ପ୍ରବାସୀଙ୍କୁ ନେଇ ଭୁବନେଶ୍ବର ଓ କୋଚିରେ ଅବତରଣର ଯୋଜନା ରହିଛି l

କରୋନାର ମୁକାବିଲା ପାଇଁ ଗତ ମାର୍ଚ୍ଚ 25 ତାରିଖରୁ ସମଗ୍ର ଦେଶରେ ସମସ୍ତ ଯାତ୍ରୀ ବିମାନ୍ ସେବା ବାତିଲ୍ କରାଯାଇଥିଲା l ତେବେ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ଆଣିବା ପାଇଁ କେନ୍ଦ୍ର ସରକାର କରୋନା ସମୟର ସର୍ବବୃହତ୍ ବିଦେଶାନ୍ତରୀ ଅଭିଯାନ ‘ବନ୍ଦେ ଭାରତ ମିଶନ’ କାର୍ଯ୍ୟକ୍ରମ ଚାରି ଦିନ ହେଲା ଆରମ୍ଭ କରିଛନ୍ତି l ଗତକାଲି ସୁଦ୍ଧା ସାନଫ୍ରାନସିସ୍କୋ, ଲଣ୍ଡନ, ଦୁବାଇ, ଆବୁଧାବିରୁ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ପ୍ରଭୃତି ସହରକୁ ପ୍ରାୟ 1700 ଭାରତୀୟ ଫେରି ଆସି ପାରିଛନ୍ତି I

Leave a comment