Odisha News Insight

୨୦୧୬ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା, ଜାଣନ୍ତୁ କାହାକୁ ମିଳିବ?

୨୦୧୫ ଓ ୨୦୧୬ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ୨୦୧୫ରେ ଉପନ୍ୟାସ ପାଇଁ ପୁରସ୍କାର ପାଇବେ ନିତ୍ୟାନନ୍ଦ ପଣ୍ଡା । ସେହିପରି କ୍ଷୁଦ୍ର ଗଳ୍ପ ପାଇଁ ପବିତ୍ର ପାଣିଗ୍ରାହୀ, କାବ୍ୟ କବିତା ପାଇଁ ବୀଣାପାଣି ପଣ୍ଡାଙ୍କୁ ଦିଆଯିବ ପୁରସ୍କାର । ଅନ୍ୟପଟେ ନାଟକ ଓ ଏକାଙ୍କିକା ପାଇଁ ଯୁଗ୍ମ ଭାବେ ସଞ୍ଜୟ ହାତୀ ଓ ନବୀନ ପରିଡାଙ୍କୁ ପୁରସ୍କାର ଦିଆଯିବ । ପ୍ରବନ୍ଧ ଓ ସମାଲୋଚନା ପାଇଁ ପଞ୍ଚାନନ ମିଶ୍ରଙ୍କୁ ପୁରସ୍କାର ଦିଆଯିବ । ଅନୁବାଦ ପାଇଁ ବିଜୟ କୁମାର ମହାନ୍ତିଙ୍କୁ ପୁରସ୍କାର ଦିଆଯିବ । ଶିଶୁ ସାହିତ୍ୟ ପାଇଁ ରବୀନ୍ଦ୍ର ବିଶ୍ୱାଳଙ୍କୁ ପୁରସ୍କାର ଦିଆଯିବ । ଗୀତି କବିତା ପାଇଁ ମନୋଜ ମହାନ୍ତିଙ୍କୁ ପୁରସ୍କାର ଦିଆଯିବ ।

ସେହିପରି୨୦୧୬ରେ ଉପନ୍ୟାସ ପାଇଁ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, କ୍ଷୁଦ୍ରଗଳ୍ପ ପାଇଁ ଦେବଦାସ ଛୋଟରାୟ, କାବ୍ୟ କବିତା ପାଇଁ ଭଗବାନ ଜୟସିଂହ, ପ୍ରବନ୍ଧ ଓ ସମାଲୋଚନା ପାଇଁ ପ୍ରସନ୍ନ କୁମାର ସ୍ୱାଇଁ, ଜୀନବୀ ଓ ଭ୍ରମଣ ସାହିତ୍ୟ ପାଇଁ ସୁରେନ୍ଦ୍ର କୁମାର ମହାରଣା ଓ ପ୍ରଦୋଷ ପଟ୍ଟନାୟକଙ୍କୁ ପୁରସ୍କାର ଦିଆଯିବ । ଏହା ସହ ଅନୁବାଦ ପାଇଁ ଶାରଦା ରଥ, ଶିଶୁ ସାହିତ୍ୟ ପାଇଁ ଦେବେନ୍ଦ୍ର ଚୌଧୁରୀ, ଗୀତି କବିତା ପାଇଁ ମିଶ୍ର ସତ୍ୟନାରାୟଣଙ୍କୁ ପୁରସ୍କାର ଦିଆଯିବ ।

Leave a comment