Odisha News Insight

ଭାରତ ଯୁଦ୍ଧ କରିବା ଠାରୁ ୩୭୦ ଧାରା ଉଚ୍ଛେଦ କରିବା ଅଧିକ ଗୁରୁତ୍ଵପୂର୍ଣ୍ଣ,ଏହିଧାରା ହଟିଲେ ହୋଇଯିବ ଆତଙ୍କବାଦ ବିଲୋପର ସ୍ଥାୟୀ ସମାଧାନ

ଭାରତରେ ବାରମ୍ବାର ଆତଙ୍କୀ ଆକ୍ରମଣ ପାଇଁ ଯୁଦ୍ଧ ସମାଧାନର ବାଟ ଶତ ପ୍ରତିଶତ ନୁହେଁ । ଯୁଦ୍ଧ ସାମୟିକ ସମାଧାନ କିନ୍ତୁ ଆତଙ୍କୀ ଦମନ ପାଇଁ ନୁହେଁ । କାରଣ ଜମ୍ମୁ-କାଶ୍ମରୀରେ ଲାଗି ରହିଥିବା ୩୭୦ ଧାରାର ବିବାଦ ଯେପର୍ଯ୍ୟନ୍ତ ଯାଏଁ ସମାଧାନ ହୋଇପାରିନାହିଁ, ସେ ପର୍ଯ୍ୟନ୍ତ ଯାଏଁ ଭାରତରେ ଆତଙ୍କୀ ବିଲୋପ ହୋଇପାରିବ ନାହିଁ । ସାରା ବିଶ୍ଵରେ ଆତଙ୍କବାଦର ଚେର ପାକିସ୍ଥାନରୁ ଲମ୍ବିଥିବା ବେଳେ ଭାରତ ଅଧିକ ପରିମାଣରେ ଏହି ଆତଙ୍କୀ ଆକ୍ରୋଶର ସାମନା କରିବାକୁ ପଡ଼ୁଛି । ଏହି ୩୭୦ ଧାରାରେ କଣ ରହିଛି ଏମିତି କିଛି ନିୟମ ଯାହା ଆତଙ୍କବାଦକୁ ଦମନ କରିବାକୁ ଭାରତକୁ କଷ୍ଟ ହେଉଛି । ଭାରତର ଅଧିକାଂଶ ଜନସାଧାରଣ ଜାଣନ୍ତି ନାହିଁ ୩୭୦ ଧାରା କଣ, ଏଥିରେ କଣ ରହିଛି ଏମିତି କିଛି କଥା ଯାହା ଭାରତର ଗଣତନ୍ତ୍ରକୁ ସହଯୋଗ କରୁନାହିଁ ।

ଜାମ୍ମୁ-କାଶ୍ମିରୀରେ ଲାଗିଥିବା ଏହି ଧାରା ସ୍ଵଳ୍ପ ସମୟପାଇଁ କାର୍ଯ୍ୟକାରୀ ହେବା ବଦଳରେ ଦୀର୍ଘଦିନ ହେବ ବଳବତ୍ତର ଥିବାରୁ ଏହା କ୍ରମଶଃ ଭାରତ ବିରୋଧି ଆତଙ୍କୀ ଶକ୍ତିକୁ ବଢ଼ିବାକୁ ପ୍ରୋତ୍ସାହିତ କରୁଛି । ଏହି ଧାରାଦ୍ଵାରା ସ୍ଵତନ୍ତ୍ରଭାବେ ଜମ୍ମୁ-କାଶ୍ମିରୀ ସ୍ଵାଧିନ ରାଜ୍ୟଭାବେ ନିଜର ଗଣତାନ୍ତ୍ରିକ ଅଧିକାରରେ ଚାଲୁଥିବା ବେଳେ ଦେଶର ଗଣତାନ୍ତ୍ରିକ ଅଧିକାର ଅଲୋଡ଼ା ହୋଇପଡ଼ିଛି । କାରଣ ଏହି ନିୟମ ଅନୁସାରେ ଦେଶ ନିଜର ଗଣତାନ୍ତ୍ରିକ ଅଧିକାର ହରେଇ ବସିଛି, ଯାହାର କୁପରିଣାମ ଭାବେ ଭୋଗିବାକୁ ପଡ଼ୁଛି ଏହି ଦଶା ।

ଦେଶ ଭିତରେ ରହି ଯଦି କୌଣସି ରାଜ୍ୟ ଦେଶର କର୍ତ୍ତୃତ୍ଵ ଭିତରେ ନ ରହେ କିମ୍ବା ଦେଶର ନିୟମକାନୁନକୁ ନ ମାନେ ତାହେଲେ ବିଚ୍ଛିନତାବାଦୀ କାର୍ଯ୍ୟକଳାପ ବୃଦ୍ଧିପାଇଵା ସୁନିଶ୍ଚିତ । ଆଜିଯଦି କାଶ୍ମିରୀରେ ଏହି ସମାସ୍ୟା ଦେଖାଯାଇଥାଏ, ତା କେବଳ ବହୁତଦିନ ପର୍ଯ୍ୟନ୍ତ ୩୭୦ ଧାରା ବଳବତ୍ତର ରହିବା କାରଣରୁ ଅସୁବିଧା ଦେଖାଦେଇଛି ।

୩୭୦ ଧାରାରେ କଣ ରହିଛି ଅସୁବିଧା….

ଜାମ୍ମୁ-କାଶ୍ମିରୀରେ ଭାରତର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଚାହିଁଲେ ଇଂଚେ ଜାଗା କିଣିପାରିବେ ନାହିଁ , ସାଧାରଣଲୋକଙ୍କ କଥା ଛାଡ଼ନ୍ତୁ ।

କୌଣସି ଲୋକ ଚାହିଁଲେ ବି ସେଠାରେ ବ୍ୟବସାୟ କିମ୍ବା କୌଣସି ପ୍ରତିଷ୍ଠାନ ସ୍ଥାୟୀଭାବେ କରିପାରିବ ନାହିଁ, ଅର୍ଥାତ ଏହି ଆଇନବଳରେ ବ୍ୟକ୍ତି ସ୍ଵାଧିନତାକୁ ଏପରିଭାବରେ ଗୁରୁତ୍ଵଦିଆଯାଇଥାଏ, ଯେପରିକି କୌଣସି ହାଲତରେ କ୍ଷୂର୍ଣ୍ଣ ନ ହୁଏ ଦୃଷ୍ଟିଦେବାକୁ ହୋଇଥାଏ ।

କୌଣସି ଭାରତୀୟ ସେଠାରେ ସ୍ଥାୟୀଭାବେ ରହିପାରିବ ନାହିଁ, ଫଳରେ ଜନସଂଖ୍ୟା ଦୃଷ୍ଟିରୁ ଏଠାରେ ଅନ୍ୟାନ ଅଂଚଳର ଲୋକଙ୍କୁ କମ୍ ପରିମାଣରେ ଦେଖିବାକୁ ମିଳିଥାଏ । କିନ୍ତୁ ପାକିସ୍ଥାନଲୋକ ଏଠାରେ ବସବାସ କରିପାରିବେ, ଜମି କିଣିପାରିବେ , ବିବାହ କରିପାରିବେ । ଫଳରେ ଭାରତୀୟଙ୍କ ସଂଖ୍ୟା ସେଠାରେ ବଢ଼ିବା ବଦଳରେ ପାକିସ୍ଥାନୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି । ବିଶେଷକରି ଆତଙ୍କୀ ଯୋଜନା କରୁଥିବା ଧର୍ମାନ୍ଧମାନେ ଏଠାରେ ବେଶୀ ପରିମାଣରେ ବସବାସ କରୁଛନ୍ତି ।

ସ୍ଵତନ୍ତ୍ର ନିୟମରେ ଥିବାରୁ ସ୍ଥାନୀୟଲୋକମାନେ ପାକିସ୍ଥାନ ମତବାଦରେ ଚାଲି ନିଜକୁ ସ୍ଵତନ୍ତ୍ରଦେଶ ବା ରାଜ୍ୟ ଦାବୀ କରିବା ମତ ଜୋର ଧରିବା ସହ ପ୍ରଶାସନକୁ ବିରୋଧ କରିବା , ପଥରମାଡ଼ ଓ ବିଭିନ୍ନ ହମାଲାରେ ସଂପୃକ୍ତ ହେଉଛନ୍ତି ।

୩୭୦ ବଳବତ୍ତର ଥିବା ଅଂଚଳରେ ଭାରତର ଜାତୀୟ ପତାକା ନ ଉଡ଼ିବା ଅତି ସ୍ଫର୍ଶକାତର ବିଷୟ । ଏହି କାରଣରୁ ଅଧିକାଂଶ ଜମ୍ମୁ-କାଶ୍ମିରୀର ନାଗରିକ ନିଜ ଦେଶ ଭାରତ ବୋଲି ମାନିବାକୁ ନାରାଜ । ୩୭୦ଧାରା ଅନୁସାରେ ଭାରତର ସମ୍ବିଧାନ କିମ୍ବା ଭାରତର ଜାତୀୟ ପତାକା ଜମ୍ମୁ-କାଶ୍ମିରୀ ପାଇଁ ମନା, କାରଣ ରାଜ୍ୟ ସ୍ଵତନ୍ତ୍ରଭାବେ ନିଜ ଗଣତନ୍ତ୍ର ଓ ନିଜ ପତାକା ବ୍ୟବହାର କରିବାର ନିୟମ ରହିଛି ।

ଜାମ୍ମୁ-କାଶ୍ମିରୀରେ ସୁପ୍ରିମକୋର୍ଟର ରାୟ କାଏମ ନୁହେଁ କିମ୍ବା ସେମାନେ ମାନିବାକୁ ବାଧ୍ୟ ନୁହଁନ୍ତି । ସେହି କାରଣରୁ ଭାରତର ଆଇନବ୍ୟବସ୍ଥା ମଧ୍ୟ ସେମାନେ ମାନିବାକୁ ରାଜି ନୁହଁନ୍ତି ।

ଭାରତର ଜାତୀୟ ପତାକାକୁ ଅସମ୍ମାନ କରିବା ଜମ୍ମୁ-କାଶ୍ମିରୀବାସୀଙ୍କ ପାଇଁ କିଛି ଅପରାଧ ନୁହେଁ, ସେମାନେ ମଧ୍ୟ ଭାରତୀୟ ସମ୍ବିଧାନକୁ ସମ୍ମାନ ଜଣାଇବା ବାଧ୍ୟ ନୁହେଁ ।

ଯଦି କୌଣସି ଝିଅ ଜାମ୍ମୁ-କାଶ୍ମିରୀ ଛାଡ଼ି ଭାରତର ଅନ୍ୟ କୌଣସି ରାଜ୍ୟରେ ବିବାହ କରେ , ତାହେଲେ ସେଠାକାର ନାଗରିକତା ରଦ୍ଦ ହୋଇଯାଏ, କିନ୍ତୁ ପାକିସ୍ଥାନରେ ବିବାହ କଲେ ବଂର ଦୁଇଟି ସ୍ଥାନର ନାଗରିକତା କାଏମ୍ ଥାଏ ।

ଭାରତର କୌଣସି ନିୟମକାନୁନ ସେଠାରେ କାଏମ୍ ନୁହେଁ । ସେଠାକାର ସଂଖ୍ୟାଲଘୁ ଯଥା ହିନ୍ଦୁ,ଶିଖ ୧୬ ପ୍ରତିଶତ ସଂରକ୍ଷଣ ପାଇବାକୁ ବି ଯୋଗ୍ୟ ନୁହଁନ୍ତି ।
ଭାରତର କୌଣସି ନିୟମକାନୁନ ସେଠାରେ କାଏମ୍ ନୁହେଁ । ସେଠାକାର ସଂଖ୍ୟାଲଘୁ ଯଥା ହିନ୍ଦୁ,ଶିଖ ୧୬ ପ୍ରତିଶତ ସଂରକ୍ଷଣ ପାଇବାକୁ ବି ଯୋଗ୍ୟ ନୁହଁନ୍ତି ।

ଆରଟିଆଇ,କ୍ୟାଗ କିମ୍ବା ଆରଟିଇ ନିୟମ ଏଠାରେ ପ୍ରଜୁର୍ଯ୍ୟ ନୁହେଁ , ଯାହାଫଳରେ ଅଧିକ ଦୁର୍ନିତି ମଧ୍ୟ ଦେଖାଦେଇଥାଏ ।

ଭାରତର ଯଦି ସମ୍ବିଧାନିକ ଅଧିକାର ଜମ୍ମୁ-କାଶ୍ମିରୀ ଉପରେ ନ ରହେ ତାହେଲେ ବିଚ୍ଛିନତାବାଦୀ କାର୍ଯ୍ୟକଳାପ ବଢ଼ିବା ନିଶ୍ଚିତ ।ଭାରତର ଆତଙ୍କବାଦ ମୂଳରୁ ଦମନ କରିବାକୁ ହେଲେ ୩୭୦ ଧାରା ବିଲୋପ କରିବା ନିହାତି ଦରକାର । ଭାରତରେ ଏହି ଧାରା ବାବଦରେ ସଚେତନତା ସୃଷ୍ଟିହେଲେ ,ରହିବନି ଆଉ କୌଣସି ଆତଙ୍କର ଭୟ ।

Leave a comment