Odisha News Insight

କୋଭିଡ୍-୧୯ର ଟୀକା ଉପରେ କାମ କରୁଛନ୍ତି ୬ ଭାରତୀୟ କମ୍ପାନୀ, ଜାଣନ୍ତୁ କ’ଣ ଏହି ବର୍ଷ ମିଳିବ ସଫଳତା?

ସାରା ବିଶ୍ବ ଏବେ କରୋନାର ଆତଙ୍କରେ ରହିଛି। କରୋନା ଭାଇରସରୁ ମୁକ୍ତି ପାଇବା ପାଇଁ ସବୁ ଦେଶ ଟୀକା ଉପରେ ଗବେଷଣା ଆରମ୍ଭ କରିଛନ୍ତି। ଏନେଇ ଦେଶର ଜଣେ ଶୀର୍ଷ ବୈଜ୍ଞାନିକଙ୍କ କହିବା ଅନୁସାରେ, ଟୀକା ଖୋଜିବା ପାଇଁ ୬ଟି ଭାରତୀୟ କମ୍ପାନୀ ଏହା ଉପରେ କାମ କରୁଛି ଓ ଏହି ମହାମାରୀରୁ ମୁକ୍ତି ପାଇବା ପାଇଁ ବିଶ୍ବ ସ୍ତରୀୟ ଦୌଡରେ ସାମିଲ ଅଛି। ପ୍ରାୟ ୭୦ପ୍ରକାର ଟୀକାର ପରୀକ୍ଷଣ ହେଉଛି ଓ ଅତି କମରେ ୩ଟି ଟୀନା ମାନବ ପରୀକ୍ଷଣର ପର୍ଯ୍ୟାୟରେ ପହଁଞ୍ଚି ସାରିଛି। କିନ୍ତୁ କରୋନା ଭାଇରସର ଟୀକା ବହୁ ସଂଖ୍ୟାରେ ବ୍ୟବହାର କରିବା ପାଇଁ ୨୦୨୧ ପୂର୍ବରୁ ପ୍ରସ୍ତୁତ ହେବାର ସମ୍ଭାବନା ନାହିଁ।

କରୋନା ଭାଇରସରେ ସାରା ବିଶ୍ବରେ ୧୯ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ଓ ଏତିରେ ୧,୨୬,୦୦୦ ଲୋକଙ୍କର ଜୀବନ ଯାଇ ସାରିଛି। ଭାରତୀୟ ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହି ମହାମାରୀର କୌଣସି ସଠିକ୍ ଉପଚାର ଖୋଜିବାରେ ବିଶ୍ବସ୍ତରୀୟ ଚେଷ୍ଟା ରହିଛି। ଟ୍ରାନ୍ସଲେଶନାଲ ହେଲଥ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ୍ ଫରିଦାବାଦର କାର୍ଯ୍ୟକାରୀ ନିର୍ଦେଶକ ଗଗନଦୀପ କାଙ୍ଗ କହିଛନ୍ତି, ଜାଇଡସ୍ କାର୍ଡିଲା ଯେଉଁଠି ଦୁଇଟି ଟୀକା ଉପରେ କାମ କରୁଛି, ସେଭଳି ସିରମ୍ ଇନଷ୍ଟିଚ୍ୟୁଟ୍ ବାୟୋଲୋଜିକାଲ୍ ଇ.ଭାରତ ବାୟୋଟେକ୍, ଇଣ୍ଡିଆନ୍ ଇମ୍ୟୁନୋଜିକାଲକ୍ସ ଓ ମିନଭାକ୍ସ ଗୋଟିଏ ଲେଖାଏଁ ଟୀକା ଉପରେ କାମ କରୁଛନ୍ତି।

‘କାଙ୍ଗ’ କୋଆଲିସନ୍ ଫର ଏପିଡେମିକ୍ ପ୍ରିପୟର୍ଡନେସ୍ ଇନୋଭେସନସ୍ (ସିଇପିଆଇ)ର ଉପାଧ୍ୟକ୍ଷ ମଧ୍ୟ ନିକଟରେ ଅଧ୍ୟୟନରେ ଉଲ୍ଲେଖ କରିଥିଲେ ଯେ, କୋଭିଡ୍-୧୯ ମହାମାରୀର ଚିକିତ୍ସା  ବାହାର କରିବା କ୍ରମରେ ବିଶ୍ବସ୍ତରୀୟ ଟୀକା ଅନୁସନ୍ଧାନ ଏବଂ ବିକାଶ ସ୍ତର ଓ ଗତିର କାରଣ ଅଦ୍ଭୁତପୂର୍ବ ରହିଛି।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହା ଏକ ଜଟିଳ ପକ୍ରିୟା ଯେଉଁତିରେ ପରୀକ୍ଷଣରେ ବିଭିନ୍ନ ପର୍ଯ୍ୟାୟ ଓ ଚ୍ୟାଲେଞ୍ଜ ରହିଛି। ସେ କହିଛନ୍ତି, ନୂଆ କରୋନା ଭାଇରସ୍, ସାର୍ସ କୋଭ-୨ର ଟୀକା ପ୍ରସ୍ତୁତ ହେବାରେ ୧୦ ବର୍ଷ ସମୟ ଲାଗିବ ନାହିଁ। ଯେପରିକି ଅନ୍ୟ ଟୀକାକୁ ପ୍ରସ୍ତୁତ ହେବାରେ ହୋଇଥାଏ, କିନ୍ତୁ କରୋନା ଭାଇରସର ଟୀକାକୁ ସୁରକ୍ଷିତ, ପ୍ରଭାବର ଓ ବ୍ୟାପକ ରୂପରେ ଉପଲବ୍ଧ କରିବାର ଘୋଷଣା କରିବାରେ ଅତି କମରେ ୧ ବର୍ଷ ସମୟ ଲାଗିଯିବ।

Leave a comment