Odisha News Insight

ସାମନାକୁ ଆସିଲା କରୋନାର ଆଉ ୬ଟି ନୂଆ ଲକ୍ଷଣ

ଦିନକୁ ଦିନ କରୋନା ଭାଇରସର ନୂଆ ନୂଆ ଲକ୍ଷଣ ସାମାନକୁ ଆସିବାରେ ଲାଗିଛି । ପୂର୍ବରୁ ଶୁଖିଲା କାଶ, ଅଧିକ ଜ୍ୱର ଓ ନିଶ୍ୱାସ ନେବାରେ କଷ୍ଟ ହେଉଥିବା ଲକ୍ଷଣକୁ କରୋନା ଲକ୍ଷଣ ବୋଲି କୁହାଯାଉଥିଲା । କିନ୍ତୁ ଆମେରିକାର ସିଡିସି ଦ୍ୱାରା କରୋନାର ଆଉ ୬ଟି ନୂଆ ଲକ୍ଷଣ ବିଷୟରେ କହିଛି । ଏହି ଲକ୍ଷଣ ସଂକ୍ରମିତ ହେବାର ୨ରୁ ୧୪ ଦିନ ମଧ୍ୟରେ ଦେଖିଯିବ । ସିଡିସି ମୁତାବକ..
୧-କରୋନା ହେଲେ ଲୋକଙ୍କୁ ଅଧିକ ଥଣ୍ଡା ଅନୂଭବ ହୁଏ । ଲୋକଙ୍କୁ ନିଜ ଶରୀର ଫ୍ରିଜ୍ ଭଳି ଲାଗିଥାଏ ।
୨-କରୋନାରେ ଶରୀରରେ ଥଣ୍ଡା ରହିବା ସହ ଶରୀର ଟାଣ ହୋଇ ରହିଥାଏ ।
୩- କରୋନା ଯୋଗୁଁ ମାଂସପେଶୀରେ ଯନ୍ତ୍ରଣା ଆରମ୍ଭ ହୁଏ । ପୂର୍ବରୁ ମଧ୍ୟ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଗଣ୍ଠି ସମସ୍ୟା ବିଷୟରେ କହିଥିଲେ ।
୪-ଏହି ସମୟରେ ପ୍ରବଳ ମୁଣ୍ଡବିନ୍ଧା ହୁଏ । ଚୀନ ଓ ଆମେରିକାରେ ସାମାନକୁ ଆସୁଥିବା ବହୁ କରୋନା ପଜିଟିଭ୍ ମାମଲାରେ ଲୋକଙ୍କର ପ୍ରବଳ ମୁଣ୍ଡବିନ୍ଧା ସମସ୍ୟା ଦେଖାଦେଇଛି ।
୫- କରୋନା ସଂକ୍ରମିତ ବ୍ୟକ୍ତିଙ୍କର ଗଳାରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ତେବେ ଗଳା ଫୁଲିବା ଓ ଯନ୍ତ୍ରଣା ହେବା ସମସ୍ୟା ଆଗରୁ କୁହାଯାଉଥିଲା ।
୬- କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଜିଭ ସ୍ୱାଦହୀନ ହୋଇଯାଏ । କୌଣସି ଖାଦ୍ୟ ପଦାର୍ଥର ସ୍ୱାଦକୁ ଚିହ୍ନିବାରେ ସେମାନେ ଅସମର୍ଥ ହୁଅନ୍ତି ।

Leave a comment