Odisha News Insight

କଟକରେ ରାଜ୍ୟର ୬ଷ୍ଟ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ରାଜ୍ୟରେ ଷଷ୍ଠ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ପୀଡ଼ିତଙ୍କ ଘର କଟକରେ ବୋଲି ଜଣାପଡ଼ିଛି। ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ l

ପୂର୍ବରୁ ଭୁବନେଶ୍ବରରେ ୪ ଜଣ ଓ ଭଦ୍ରକରେ ଜଣେ କରୋନା ପଜିଟିଭ୍‌ ମିଳିଥିଲେ। ଆଜିକୁ ମିଶାି ୬ ଜଣ ରାଜ୍ୟରେ ଆକ୍ରାନ୍ତ ହୋଇଥିବା ବେଳେ ଏଯାବତ୍‌ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଆଉ ୪ ଜଣ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଆଜି ରାତି ୮ଟା ଠାରୁ ୨ ଦିନ ଯାଏ: ଭୁବନେଶ୍ବର, ଭଦ୍ରକରେ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ ଘୋଷଣା କରିଥିବା ରାଜ୍ୟ ସରକାର ଏବେ ଏହି ତାଲିକାରେ କଟକକୁ ବି ଯୋଡ଼ିଛନ୍ତି।

Leave a comment