Odisha News Insight

8 March 2019 ଓଡ଼ିଆ headlines

୧-ବିଡିଏ ଅଧ୍ୟକ୍ଷ ହେଲେ ପୂର୍ବତନ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା।

୨-ଓଡ଼ିଶାରେ ଖୋଲିବ ଆଉ ୪ କେନ୍ଦ୍ରୀୟ ବିଦ୍ୟାଳୟ। କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ଚମ୍ପୁଆ, ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ରାୟଗଡ଼ା ଜିଲ୍ଲାର ଗୁଣପୁରଠାରେ ଏହି ସ୍କୁଲ ପ୍ରତିଷ୍ଠା ହେବ।

୩-ଗ୍ୟାଙ୍ଗଷ୍ଟର ଟିଟୋକୁ ନେଇ ପୁଣି ତଦନ୍ତ ଆରମ୍ଭ, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନାଙ୍କୁ ଜେରା କଲା STF।

୪-ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ମିଳିଲା ‘ଶ୍ରେଷ୍ଠ ବିମାନବନ୍ଦର’ ପୁରସ୍କାର।

୫-ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର।

୬-ଚାପ ପରେ ବାଟକୁ ଆସିଲା ପାକିସ୍ତାନ, ନିୟନ୍ତ୍ରଣକୁ ନେଲା ୧୮୨ ମଦରସା, ଗିରଫ କଲା ୧୦୦ରୁ ଅଧିକ ସନ୍ଦିଗ୍ଧ

୭-ଲୋକସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ରାଏବରେଲିରୁ ସୋନିଆ, ଆମେଥିରୁ ରାହୁଲ।

୮-ବିଶ୍ବବିଦ୍ୟାଳୟ ଶିକ୍ଷକ ନିଯୁକ୍ତିରେ ସଂରକ୍ଷଣ ନେଇ ୧୩ ପଏଣ୍ଟ ରୋଷ୍ଟର ସିଷ୍ଟମ ବନ୍ଦ, ପୁଣି ଲାଗୁ ହେବ ୨୦୦ ପଏଣ୍ଟ ରୋଷ୍ଟର ସିଷ୍ଟମ।

୯-ଏପ୍ରିଲ ୧ ତାରିଖ ରୁ କଟକ ଜିଲ୍ଲାର ସମସ୍ତ ସ୍କୁଲ ହେବ ସକାଳୁଆ: ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ।

Leave a comment