Odisha News Insight

ଜମ୍ମୁ କଶ୍ମୀର: ୨୪ ଘଣ୍ଟାରେ ୯ ଆତଙ୍କବାଦୀ ସଫା, ଜଣେ ଯବାନ ଶହୀଦ

ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀର ସ୍ଥିତ ନିୟନ୍ତ୍ରଣ ରେଖା ବା ଏଲଓସିରେ ଭାରତୀୟ ସେନା ୯ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି। ରବିବାର ଆତଙ୍କବାଦୀଙ୍କ ଏକ ଦଳ ନିୟନ୍ତ୍ରଣ ରେଖା ନିକଟରେ କେରନ ସେକ୍ଟରରେ ଅନୁପ୍ରବେଶ କରୁଥିବା ବେଳେ ସେନା ଏହାର ପାଲଟା ଜବାବ ଦେଇଛି। ଭାରତୀୟ ସେନାର ଆକ୍ରମଣରେ ୫ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଏହି ଅପରେସନକୁ ପାରା ସ୍ପେଶାଲ ଫୋର୍ସ, ୪୧ ଆରଆର, ୫୭ ଆରଆର, ୮ ଜାଟ୍ ଓ ଏସଓଜି ମିଳିତ ଭାବେ କରିଥିଲେ।

ତେବେ ଏହି ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି। ଏହାସହ ଅନ୍ୟ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେବି ଏହି ସେକ୍ଟରରେ ଅପରେସନ ଜାରି ରହିଛି।

ସୂଚନାଥାଉକି, ଶନିବାର ସକାଳେ କୁଲଗାମ ଜିଲ୍ଲାର ବଟପୁରା ସେକ୍ଟରରେ ଯବାନମାନେ ୪ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ସମସ୍ତ ଆତଙ୍କବାଦୀ ହିଜବୁଲ ମୁଜାହୁଦ୍ଦୀନର ସଦସ୍ୟ ଥିବା ଜଣାପଡିଛି।

Leave a comment