Odisha News Insight

ବିରାଟ କୋହଲିଙ୍କୁ ଗିରଫ ପାଇଁ ମାଡ୍ରାସ ହାଇକୋର୍ଟରେ ଦାଖଲ ହେଲା ଯାଚିକା

ଏହି ଆବେଦନରେ ଏହି ଓକିଲ ଅନଲାଇନ୍ ଜୁଆ ଖେଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ରିପୋର୍ଟ ଅନୁଯାୟୀ, ଜୁଆ କମ୍ପାନୀଗୁଡିକ ଯୁବକମାନଙ୍କୁ ବ୍ରେନୱାଶ କରିବା ପାଇଁ ବିରାଟ ଓ ତମନ୍ନାଙ୍କୁ ବ୍ୟବହାର କରୁଛନ୍ତି ।

ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ବିରୋଧରେ ଉଭୟଙ୍କୁ ଗିରଫ କରିବା ପାଇଁ ମାଡ୍ରାସ ହାଇକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି । ଏହି ଯାଚିକାରେ ଉଭୟଙ୍କୁ ଅନଲାଇନ୍ ଜୁଆକୁ ପ୍ରୋତ୍ସାହିତ କରୁଥିବାର ଅଭିଯୋଗ ହୋଇଛି । ଚେନ୍ନାଇର ଓକିଲଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନରେ କୁହାଯାଇଛି ଯେ, ଯୁବକମାନେ ଜୁଆ ଖେଳରେ ଅଭ୍ୟସ୍ତ ହେଉଛନ୍ତି ।

ଏହି ଆବେଦନରେ ଏହି ଓକିଲ ଅନଲାଇନ୍ ଜୁଆ ଖେଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ରିପୋର୍ଟ ଅନୁଯାୟୀ, ଜୁଆ କମ୍ପାନୀଗୁଡିକ ଯୁବକମାନଙ୍କୁ ବ୍ରେନୱାଶ କରିବା ପାଇଁ ବିରାଟ ଓ ତମନ୍ନାଙ୍କୁ ବ୍ୟବହାର କରୁଛନ୍ତି । ତେଣୁ ଏହି ଦୁଇ ତାରକାଙ୍କୁ ଏଥିପାଇଁ ଗିରଫ କରାଯିବା ଉଚିତ ।

ଏହି ଯାଚିକାରେ ଜଣେ ଯୁବକଙ୍କ ସହ ଜଡିତ ଏକ ମାମଲା ସମ୍ପର୍କରେ ସେ କହିଛନ୍ତି ଯେ, ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । କାରଣ ସେ ସେହି ଟଙ୍କାକୁ ଫେରସ୍ତ କରିପାରି ନଥିଲେ, ଯାହାକୁ ସେ ଅନଲାଇନ୍ ଜୁଆ ପାଇଁ ନେଇଥିଲେ । ଚେନ୍ନାଇ ହାଇକୋର୍ଟ ଏହି ଯାଚିକା ଉପରେ ଅଗଷ୍ଟ ୪ରେ ଶୁଣାଣି କରିବେ । ବର୍ତ୍ତମାନ ଆପଣ ତ ଜାଣନ୍ତି ଯେ ଏହି ସମୟରେ ଅନଲାଇନ୍ ଗେମ୍ବଲିଂ ଆପଲିକେଶନ ଯୁବକ ଓ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହେବାରେ ଲାଗିଛି । ସୋରଭ ଗାଙ୍ଗୁଲି, ବିରାଟ କୋହଲି ଏବଂ ଆକାଶ ଚୋପ୍ରାଙ୍କ ଭଳି ଖେଳାଳି ଏହି ଆପ ସହିତ ଜଡିତ ଅଛନ୍ତି ।

Leave a comment