Odisha News Insight

ଡାକ୍ତରଙ୍କୁ ୪ ମାସର ଆଗୁଆ ଦରମା

ଦିନକୁ ଦିନ ଦେଶରେ କାୟା ମେଲାଉଛି କରୋନା ଭାଇରସ। ଏହି ମହାମାରୀର ମୁକାବିଲା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଭଳି ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ରାଜ୍ୟର ସ୍ଵାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଅପରପକ୍ଷେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦୁର୍ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କରୋନା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରୀମ ଦରମା ମିଳିବ। ୪ମାସର ଦରମା ଅଗ୍ରୀମ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତର, ପାରା ମେଡ଼ିକାଲ ଷ୍ଟାଫ୍ ଓ ନର୍ସଙ୍କୁ ଆଗୁଆ ଦରମା ମିଳିବ। ଆଗାମୀ ୪ମାସର ଦରମା ଏପ୍ରିଲ ମାସରେ ମିଳିବ। ଏପ୍ରିଲ,ମେ,ଜୁନ୍ ଓ ଜୁଲାଇ ମାସର ଦରମା ସ୍ୱାସ୍ଥ୍ୟକର୍ମୀଙ୍କୁ ଏପ୍ରିଲ ମାସରେ ମିଳିବ ବୋଲି ଏକ ଭିଡିଓ ମାଧ୍ୟମରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave a comment