Odisha News Insight

ଭୁସୁଡ଼ିଲା ଆନ୍ତରଜାତୀୟ ବିମାନ ବନ୍ଦର

ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦର ପରିସରରେ ଛାତ ଭୁଷୁଡ଼ିଥିବା ଜଣାପଡିଛି। ଭୁଷୁଡ଼ିଥିବା ଛାତ ତଳେ କିଛି ଲୋକ ଚାପି ହୋଇ ରହିଥିବା ଜଣାପଡିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦର ପରିସରରେ ଟର୍ମିନାଲ-୧ ଏବଂ ଟର୍ମିନାଲ-୨ ମଧ୍ୟରେ ସଂଯୋଗ ପାଇଁ ନିର୍ମାଣ କରାଯାଉଥିବା କୋଠାର ଛାତ ଭୁଷୁଡିପଡିଥିବା ଜଣାପଡିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Leave a comment