Odisha News Insight

କରୋନା: ରାଜ୍ୟସଭା ନିର୍ବାଚନ ସ୍ଥଗିତ

କରୋନା ଭାଇରସ ପାଇଁ ଘୁଞ୍ଚିଲା ରାଜ୍ୟସଭା ନିର୍ବାଚନ। ମାର୍ଚ୍ଚ ୨୬ ତାରିଖ ଗୁରୁବାର ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ଅନିର୍ଦ୍ଦିଷ୍ଟ ସମୟ ଯାଏ ସ୍ଥଗିତ ରହିଛି। କରୋନା ଭାଇରସ୍‌ର ମୁକାବିଲା ପାଇଁ ଦିଲ୍ଲୀ ଏବଂ ପ୍ରାୟ ସମସ୍ତ ରାଜ୍ୟ ବର୍ତ୍ତମାନ ଲକ୍‌ଡାଉନ୍‌ରେ ରହିଥିବାରୁ ଏହି ନିର୍ବାଚନକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ କମିଶନ ମାର୍ଚ୍ଚ ୩୧ ପରେ ସ୍ଥିତି ସମୀକ୍ଷା କରି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।

ନିର୍ବାଚନୀ ପ୍ରକ୍ରିୟାରେ ପୋଲିଂ ଅଧିକାରୀ, ରାଜନୀତିକ ଦଳଙ୍କ ପ୍ରତିନିଧି, ସପୋର୍ଟ ଅଫିସିଆଲ ଏବଂ ବିଧାୟକ ଆଦିଙ୍କ ଏକତ୍ରୀକରଣର କାରଣ ପାଲଟିଥା’ନ୍ତା। ବର୍ତ୍ତମାନର ସଙ୍ଗିନ ସ୍ଥିତିକୁ ଦେଖିଲେ ଏହା ସମ୍ଭବପର ନୁହେଁ। ତେଣୁ ଏହାକୁ ସ୍ଥଗିତ ରଖାଯାଇଛି।

Leave a comment