Odisha News Insight

କରୋନା ଯୁଦ୍ଧରେ ସ୍ବେଚ୍ଛାସେବୀ ହେବାକୁ ଚାହୁଁଛନ୍ତି କି?, ତେବେ ଏହି ୱେବସାଇଟରେ ଆବେଦନ କରନ୍ତୁ

ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଯାଏ ଲକ ଡାଉନ ଘୋଷଣା କରିଛନ୍ତି। ଏହା ଫଳରେ ଆଜିଠୁ ଆସନ୍ତା ୨୦ ଦିନ ଯାଏ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ମୋଦି। କରୋନା ଭୂତାଣୁ ବିଷୟରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ସରକାର। ଏହାକୁ ଅଧିକ ସରଳ କରିବାକୁ ଯାଇ ଆଜି କେନ୍ଦ୍ର ସରକାର https://self4society.mygov.in/ ନାମକ ୱେବସାଇଟ ଆଜି ଉନ୍ମୋଚିତ କରିଛନ୍ତି କେନ୍ଦ୍ର ସରକାର।

ଏହି ୱେବସାଇଟ ଜରିଆରେ ଲୋକମାନେ ସେମାନଙ୍କର ଆକାଉଣ୍ଟ ସୃଷ୍ଟି କରି କରୋନା ଭାଇରସ ବିରୋଧ ଲଢେଇରେ ଅଂଶଗ୍ରହଣ କରିପାରିବେ। ଏହି ୱେବସାଇଟ ମାଧ୍ୟମରେ ସରକାର ଲୋକମାନଙ୍କୁ ସ୍ୱେଚ୍ଛାସେବୀ ହେବାକୁ ନିବେଦନ କରିଛନ୍ତି। ଏହି ସମୟ ମଧ୍ୟରେ, ଜଣେ ବ୍ୟକ୍ତି, କମ୍ପାନୀ ହେଉ କିମ୍ବା କୌଣସି ପ୍ରକାରର ଗୋଷ୍ଠୀ ହେଉ, ଅନେକାଂଶରେ ଏହି ସଂଗ୍ରାମରେ ଅଂଶଗ୍ରହଣ କରିପାରିବେ। ଏହି ୱେବସାଇଟରେ ସରକାର ଅନେକ ବିକଳ୍ପ ଦେଇଛନ୍ତି, ଯେଉଁଥିରେ ଲୋକମାନେ ସେମାନଙ୍କ ତରଫରୁ ଏକ ସାହାଯ୍ୟର ହାତ ବଢ଼ିପାରିବେ। ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଏହା ଅଧୀନରେ ଥିବା ରୋଗ, ଏହା ବିଷୟରେ ସୂଚନା ବିସ୍ତାର କରିବା, ପ୍ରଶାସନକୁ ସାହାଯ୍ୟ କରିବାରେ ନିଜକୁ ସାମିଲ କରିପାରିବେ ସାଧାରଣ ଲୋକ।

ଏପର୍ଯ୍ୟନ୍ତ ଏହି ୱେବସାଇଟରେ ୧୩ ୭୬୭ ଜଣ ବ୍ୟକ୍ତି ପଞ୍ଜୀକରଣ କରିଥିବା ବେଳେ ୪୪୯ ସଂସ୍ଥା ଏହି ୱେବସାଇଟରେ ପଞ୍ଜୀକରଣ କରିଛନ୍ତି।

Leave a comment