Odisha News Insight

ବାତ୍ୟା ଅପଡେଟ୍: ପୁଣି ମନ୍ଥର ହେଲା ବାତ୍ୟା ଅମ୍ଫାନର ଗତି

ବାତ୍ୟା ଅପଡେଟ୍: ପୁଣି ମନ୍ଥର ହେଲା ବାତ୍ୟା ଅମ୍ଫାନର ଗତି। ଏବେ ଘଣ୍ଟାକୁ ୮ କିଲୋମିଟର ବେଗରେ ଯିବାକୁ ଆରମ୍ଭ କରିଛି। ଅଧିକ ଭୟଙ୍କର ହେଉଥିବା କାରଣରୁ ସନ୍ଧ୍ୟା ପରିବର୍ତେ ପୂର୍ବାହ୍ନ ୧୧ଟା ୩୦ ବେଳକୁ ମହାବାତ୍ୟାର ରୂପ ନେଇସାରିଲାଣି। ବାତ୍ୟାର କେନ୍ଦ୍ରସ୍ଥଳୀରେ ପବନର ବେଗ ୨୩୦ କିଲୋମିଟର ଘଣ୍ଟା ପ୍ରତି ରହିଛି। ମଝିରେ ମଝିରେ ୨୫୫ କିଲୋମିଟର ବେଗରେ ଝଟକା ଦେଉଛି। ଏହା ଆହୁରି ଉଗ୍ର ରୂପ ନେବ ବୋଲି ଭାରତର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର, ଭଦ୍ରକ ଓ ମୟୂରଭଂଜରେ ଗଭୀର ପ୍ରଭାବ ପକାଇବ। ଯାହା ପୂର୍ବାନୁମାନ ରହିଛି, ଏଠାରେ ପବନର ବେଗ ୧୨୦ କିଲୋମିଟର ଘଣ୍ଚା ପ୍ରତି ରହିବ, ମଝିରେ ମଝିରେ ୧୩୫ ବେଗରେ ଆସି ଝଟକା ଦେବ। ପୁରୀ, ଖୋର୍ଧା, କଟକ ,ଯାଜପୁରରେ ପବନର ବେଗ ୭୫ କିଲୋମିଟର ଯାଏ ରହିପାରେ। ବାତ୍ୟା ୨୦ ତାରିଖ ସନ୍ଧ୍ୟାରେ ସ୍ଥଳଭାଗକୁ ଛୁଇଁବା ବେଳକୁ ପବନର ବେଗ ୧୬୫ କିଲୋମିଟର ଘଣ୍ଟା ପ୍ରତି ରହିଥିବ।

Leave a comment