Odisha News Insight

ଦୂତୀ ପାଇଁ ଅର୍ଜୁନ ପୁରସ୍କାର ଦାବି କଲେ ଦୂତୀଙ୍କ ମା’

ଜିଲ୍ଲା ରସୁଲପୁର ବ୍ଳକ ପ୍ରଥମାଖଣ୍ଡି ପଞ୍ଚାୟତ ଗୋପାଳପୁର ଗାଁର ଝିଅ ଦୂତୀ ଚାନ୍ଦ ଏବେ ଜଣେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଆଥଲେଟ । ରାଜ୍ୟ ଓ ଦେଶ ପାଇଁ ସେ ଅନେକ ଗୌରବ ଆଣି ଦେଇଛନ୍ତି । ତାଙ୍କ ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅକୁଣ୍ଠ ସାହାଯ୍ୟ ଓ ସହଯୋଗ ରହିଛି । ଜାତୀୟ କ୍ରୀଡ଼ା ପୁରସ୍କାର ଅର୍ଜୁନ ପୁରସ୍କାର ପାଇଁ ସେ ହକଦାର ମନେ ହେଉଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ଏହି ସମ୍ମାନ ମିଳି ନ ଥିବାରୁ ଦୂତୀଙ୍କ ମା ଅଖଜି ଚାନ୍ଦ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ତାଙ୍କ ଝିଅକୁ ଏହି ପୁରସ୍କାର ମିଳିଲେ ସେ ଭବିଷ୍ୟତରେ ଆହୁରି ଭଲ ପ୍ରଦର୍ଶନ କରିବା ଲାଗି ପ୍ରେରଣା ପାଇବେ ବୋଲି ONI ମଧ୍ୟମରେ ସରକାରଙ୍କୁ ନିବେଦନ କରିଛନ୍ତି । ଏଥିପାଇଁ ଦୂତୀଙ୍କ ମା ଝିଅଜୁ କିପରି ଏହି ପୁରସ୍କାର ମିଳିବ ସେଥିପାଇଁ ପ୍ରତେକ ଦିନ ଠାକୁରଙ୍କ ପାଖରେ ଦୀପ ଦେବା ସହିତ ମୁଣ୍ଡିଆ ମାରୁଛନ୍ତି । ତେବେ ୨୦୧୮ -୧୯ କ୍ରୀଡ଼ା ବର୍ଷରେ ଏହି ପୁରସ୍କାର ସିଏ ବଞ୍ଚିତ ହୋଇଥିବାରୁ ଏଥର ତାଙ୍କୁ ଏହି ଅର୍ଜୁନ ପୁରସ୍କାର MM ପାଇବା ପାଇଁ ଉଭୟ ରାଜ୍ୟ ଆଉ କେନ୍ଦ୍ର ସରକାରଙ୍କୁ ଦୂତୀଙ୍କ ମା ନିବେଦନ କରିଛନ୍ତି ।

Leave a comment