Odisha News Insight

ସରକାରୀ ବାବୁଙ୍କଠାରୁ ଅଧିକ ଦରମା ପାଆନ୍ତି ଅମ୍ବାନୀ ଘରର ଚାକର, ଜାଣନ୍ତୁ କିପରି ହୁଏ ସିଲେକ୍ସନ?

ଧନୀ ଲିଷ୍ଟର ଶୀର୍ଷରେ ଥିବା ମୁକେଶ ଅମ୍ବାନୀ ହେଉଛି ଦକ୍ଷିଣ ମୁମ୍ବାଇର ସବୁଠାରୁ ଦାମି ଘର ଆଣ୍ଟିଲିଆର ମାଲିକ । ଏହି ଘରର ଦାମ୍ ୧ ମିଲିୟନ ଆମେରିକୀୟ ଡଲାରଠାରୁ ବି ଅଧିକ ହେବ । ଏହି ଘରେ ୨୭ଟି ରୁମ୍ ଥିବା ବେଳେ ଏଠି ୬୦୦ ଲୋକ କାମ କରୁଛନ୍ତି । ସେମାନଙ୍କୁ ସିଲେକ୍ସନ କରିବା ପାଇଁ କିଛି ପ୍ରକ୍ରିୟା ରହିଛି । ଆସନ୍ତୁ ଜାଣିବା ସେମାନଙ୍କୁ କେତେ ମିଳୁଛି ଦରମା..

ତେବେ ୨୭ଟି ରୁମର ଯତ୍ନ ନେବା ପାଇଁ ମାସକୁ ୧୫,୦୦,୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ । ଏଠାରେ ସୁରକ୍ଷା ପାଇଁ ଆରପିଏଫଙ୍କୁ ନିୟୋଜିତ କରାଯାଉଛି । ଶହେରୁ ଅଧିକ ଗାଡି ପାର୍କିଂରେ ରହିଥିବା ବେଳେ ୭ ମହଲାରେ ଗ୍ୟାରେଜ ରହିଛି । ଏହା ସହ ହୋମ୍ ଥିଏଟର ସହ ହେଲିକାପ୍ଟର ଅବତରଣ ପାଇଁ ୩ଟି ହେଲିପ୍ୟାଡ ଓ ସୁଇମିଂ ପୁଲ ରହିଛି । ଏଠାରେ ସେବକ ସିଲେକ୍ସନ ପାଇଁ ପ୍ରଥମେ କବରକାଗଜରେ ଆଡ୍ ଦେବା ପରେ ଆଗ୍ରହୀ ଥିବା ଲୋକମାନଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯାଏ । ପରେ ସେମାନଙ୍କର ଏକ ଲିଖିତ ପରୀକ୍ଷା ହୋଇଥାଏ , ଯେଉଁଥିରେ ସାଧାରଣ ଜ୍ଞାନ ଓ ହୋଟେଲ ମ୍ୟାନେଜମେଣ୍ଟ ସହ ଜଡିତ ପ୍ରଶ୍ନ ପଚରଯାଏ ।

ଏହି ପରିକ୍ଷାରେ ଉତ୍ତୀର୍ଣ୍ଣ ଲୋକଙ୍କୁ ଆଣ୍ଟିଲିଆରେ କାମ କରିବାକୁ ସୁଯୋଗ ମିଳେ । ପ୍ରଥମେ ୬୦୦ ଲୋକଙ୍କୁ ମାସିକ ୬,୦୦୦ ଟଙ୍କା ଦିଆଯାଉଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ଅତି କମରେ ମାସକୁ ୨,୦୦,୦୦୦ ଟଙ୍କା ମିଳୁଛି । ସେମାନଙ୍କୁ ଦରମା ସହିତ ସୁରକ୍ଷା ଓ ସ୍ୱାସ୍ଥ୍ୟବୀମା ମଧ୍ୟ ଯୋଗାଇ ଦିଆଯାଉଛି ।

Leave a comment