Odisha News Insight

ରାପିଡ ଟେଷ୍ଟ କିଟରେ ତ୍ରୁଟି, ପରୀକ୍ଷା ବନ୍ଦ!

ରାପିଡ ଟେଷ୍ଟ କିଟରେ ତ୍ରୁଟି ଥିବା ଅଭିଯୋଗ ଆସିବା ପରେ ପରୀକ୍ଷାକୁ ଦୁଇଦିନ ପାଇଁ ବନ୍ଦ ରଖାଯାଇଛି । ଆଇସିଏମଆର ବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ପକ୍ଷରୁ ପରିକ୍ଷା ବନ୍ଦ ପାଇଁ କୁହାଯାଇଛି । ଏଥିସହିତ ଅଭିଯୋଗର ତଦନ୍ତ କରାଯିବ ।

ଆଇସିଏମଆର୍ ପକ୍ଷରୁସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ କହିଛନ୍ତି, ରାପିଡ୍ ଟେଷ୍ଟ କିଟ୍ ସବୁ ରାଜ୍ୟକୁ ବଣ୍ଟନ କରାଯାଇଥିଲା। ଗୋଟିଏ ରାଜ୍ୟ କହିଛି ଯେ ଏହି ଟେଷ୍ଟ କିଟ୍ ଗୁଡିକରେ ତ୍ରୁଟି ରହିଛି। ଆମେ ତିନୋଟି ରାଜ୍ୟରୁ ଏହା ଜାଣିବାକୁ ପାଇଛୁ। ଏହା କିଛି ପରିମାଣରେ ସତ୍ୟ ଅଟେ । ଏହା ଏକ ଭଲ ସଙ୍କେତ ନୁହେଁ। ଆମେ ଏହା ଉପରେ କାମ ଆରମ୍ଭ କରିଛୁ। ଆସନ୍ତା ଦୁଇ ଦିନ ମଧ୍ୟରେ ସେମାନେ ଦ୍ରୁତ ପରୀକ୍ଷା କିଟ୍ ବ୍ୟବହାର କରାଯାଉଥିବା ସମସ୍ତ ରାଜ୍ୟକୁ ପ୍ରତିନିଧି ପଠାଇବେ ଏବଂ ଏଠାରେ ନମୁନା ଆଣି ପରୀକ୍ଷା କରିବେ ବୋଲି ଆସିଏମ୍ଆର୍ ପକ୍ଷରୁ କୁହାଯାଇଛି। ସେପର‌୍ୟ୍ୟନ୍ତ ଏହି କିଟ୍ ସବୁକୁ ବ୍ୟବହାର ନକରିବାକୁ ସମସ୍ତ ରାଜ୍ୟକୁ ପରାମର୍ଶ ଦେଉଛୁ। ଯଦି ରାପିଡ୍ ଟେଷ୍ଟ କିଟ୍ ବ୍ୟାଚ୍ ସୂଚନା ଅନୁଯାୟୀ, ପ୍ରାୟ ୫ ଲକ୍ଷ ରାପିଡ୍ ଟେଷ୍ଟ କିଟ୍ ସରକାରଙ୍କ ଦ୍ୱାରା କିଣାଯାଇଥିଲା। ହଟ-ସ୍ପଟ୍ ଅଞ୍ଚଳ ବା ବହୁ ସଂଖ୍ୟକ ଆକ୍ରାନ୍ତ ରହୁଥିବା ଅଞ୍ଚଳରେ ରହୁଥିବା ପ୍ରତ୍ୟେକ ବାସିନ୍ଦାଙ୍କର ପରୀକ୍ଷା କରିବାକୁ ଆଇସିଏମ୍ଆରର ପରାମର୍ଶ ପରେ ଏହି କିଟ୍ କିଣାଯାଇଥିଲା ଜଞ-ଚଉଜ ପରୀକ୍ଷା ଧୀର ଏବଂ ଲାବୋରେଟୋରୀରେ କରିବାକୁ ପଡ଼ୁଥିବାରୁ ତ୍ୱରିତ ପରୀକ୍ଷା ପାଇଁ ଏହି କିଟ୍ ଭରସା କରାଯାଇଥିଲା

Leave a comment