Odisha News Insight

ଆଜି ରାତି ସୁଦ୍ଧା ରାଜଧାନୀରେ ୨୫%, ଆଗାମୀ ୪ ଦିନରେ ଟ୍ୱିନସିଟିର ଅନେକ ସ୍ଥାନରେ ପହଞ୍ଚିବ ବିଦ୍ଯୁତ୍

ରାଜଧାନୀରେ ୧୫% ବିଦ୍ଯୁତ୍ କାମ ସରିଛି । ଆଜି ରାତି ସୁଦ୍ଧା ୨୫ ପ୍ରତିଶତ କାମ ଶେଷ ହେବ । ସେହିଭଳି କଟକରେ ମଧ୍ଯ ଆଜି ରାତି ସୁଦ୍ଧା ୧୫ରୁ ୨୫ ପ୍ରତିଶତ କାମ ଶେଷହେବ । ଆଗାମୀ ୪ ଦିନ ମଧ୍ଯରେ ଭୁବନେଶ୍ୱରରେ ଅନେକ ସ୍ଥାନକୁ ବିଦ୍ଯୁତ ଯୋଗାଇ ଦିଆଯିବ ବୋଲି ସେସୁର ସିନିୟର ଜିଏମ୍ ସୂଚନା ଦେଇଛନ୍ତି ।

ବାତ୍ଯା ଫୋନି ପରେ ୪ ଦିନ ବିତିଗଲାଣି । ଭୁବନେଶ୍ୱରରେ ଲାଇନ୍ ନଥିବାରୁ ଅସ୍ତବ୍ଯସ୍ତ ହୋଇପଡିଲାଣି ଜନଜୀବନ । ରାଜଧାନୀବାସୀ ଏବେ ଗାଁ ମୁହାଁ ହେଉଛନ୍ତି । ଏପର୍ଯ୍ଯନ୍ତ ରାଜଧାନୀ ଭୁବନେଶ୍ୱରରେ ମାତ୍ର ୧୫ ପ୍ରତିଶତ ବିଦ୍ଯୁତ୍ ପୁନରୁଦ୍ଧାର ହୋଇଛି । ତେବେ ଆଜି ରାତି ସୁଦ୍ଧା ୨୫ ପ୍ରତିଶତ କାମ ହେବ ବୋଲି ସେସୁର ସିନିୟର ଜିଏମ୍ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭୁବନେଶ୍ୱରରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବିଦ୍ଯୁତ ସଂଯୋଗ ଦିଆଯାଇଛି । ଆଜି ସନ୍ଧ୍ଯାରେ ଜନପଥ ଏବଂ ରାତି ସୁଦ୍ଧା ସିବିଆଇ ଅଫିସ ଅଞ୍ଚଳରେ ବିଦ୍ଯୁତ ସଂଯୋଗ ଦିଆଯିବ । ସେହିଭଳି କଟକରେ ମଧ୍ଯ ୧୫% କାମ ସରିଛି । ତେବେ ଆଜି ରାତି ସୁଦ୍ଧା ୧୫ରୁ ୨୫ ପ୍ରତିଶତ କାମ ଶେଷ ହେବ । ୩ରୁ ୪ ଦିନ ମଧ୍ୟରେ ଅନେକ ସ୍ଥାନକୁ ବିଦ୍ଯୁତ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ତେବେ ପୁରୀରେ କେବେ ବିଦ୍ଯୁତ୍ ଯୋଗାଣ ହେବ ଏନେଇ କିଛି ସ୍ପଷ୍ଟ ସୂଚନା ନାହିଁ ।

Leave a comment