Odisha News Insight

୦୨/୦୩/୧୯, ଶନିବାର Morning Headlines

୧-ଆଜିଠୁ CBSE ଦଶମ, ଦ୍ବାଦଶ ପରୀକ୍ଷା ଆରମ୍ଭ।ସାରା ଦେଶରେ ପରୀକ୍ଷା ଦେବେ ୨୮ଲକ୍ଷ ଛାତ୍ରଛାତ୍ରୀ।

୨-ପ୍ରତୀକ୍ଷାର ଅନ୍ତ, ପରାକ୍ରମ ଦେଖାଇ ଶେଷରେ ଭାରତରେ ପାଦ ଦେଲେ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ।

୩-ଆସନ୍ତା ୮ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ, କୋରାପୁଟରେ ଜନସମାବେଶରେ ଦେବେ ଯୋଗ।

୪-ଗାଳ୍ପିକା ସୁସ୍ମିତା ବାଗ୍‌ଚୀ ପାଇବେ ଚଳିତ ବର୍ଷର ‘ତୀରତରଙ୍ଗ ପୁରସ୍କାର’।

୫-ମାର୍ଚ୍ଚ ୩ରୁ୫ଯାଏ ତିନି ଦିନ ଝଡବର୍ଷା ସମ୍ଭାବନା।

୬-ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ମାମଲା ; ବନ୍ଧୁଗାଁରୁ ଗିରଫ ହେଲେ ଆଉ ୪ ଜଣ।
ଆଜି ଅଛି Math ପରୀକ୍ଷା।

୭-ବଡ଼ ବଡ଼ ସେତୁ ବାନ୍ଧି ଥିବା ନଳିନୀ ପ୍ରଧାନ ଏବେ ବାନ୍ଧିବେ ରାଜନୈତିକ ସେତୁ, ପୂର୍ତ୍ତ ସଚିବ ପଦରୁ ନେଲେ ସ୍ୱେଚ୍ଛାକୃତ ଅବସର।

୮-ICICI ଲୋନ ଦୁର୍ନୀତି ମାମଲା : ଚନ୍ଦା କୋଚର ଓ ଭିଡିଓକନ୍‌ ମାଲିକଙ୍କ ଘରେ ଇଡିର ଚଢାଉ।

୯-କି ଶାନ୍ତି ଚାହୁଁଛି ପାକିସ୍ତାନ: ଘାଟିର ସବୁ ସେକ୍ଟରରେ ଫାୟରିଂ ଜାରି, ୫ ଯବାନ ସହିଦ, ଜଣେ ନାଗରିକ ମୃତ।

୧୦-ଆଜି ପ୍ରଥମ ଦିନିକିଆ, ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।

୧୧- ଝାରସୁଗୁଡା ଜିଲ୍ଲା ବନହରପାଲିରେ OPGCର ନୂଆ ୟୂନିଟ୍ ହେଲା ଲୋକାର୍ପିତ। ମିଳିବ ୧୩୨୦ ମେଗାୱାଟ ତାପଜ ବିଦ୍ୟୁତ ।

୧୨-ହ୍ୱାଟ୍ସଆପରେ ଆସୁଛି ନୂଆ ଫିଚର:ଗ୍ରୁପ ଇନଭିଟେସନ, ଆଡଭାନ୍ସ ସର୍ଚ୍ଚ ,ଡାର୍କ ମୋଡ,ସୋ ଇନ୍ ଚାଟ ଓ ଷ୍ଟାଟସ ଫିଡ୍ ।

Comments
Loading...