Odisha News Insight

କେଶ ଓ ତ୍ୱଚା ପାଇଁ ଆପଣାନ୍ତୁ ଏହି ସରଳ ଟିପ୍ସ

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ନିଜ ତ୍ୱଚା ଓ କେଶର ଯତ୍ନ ନେବା ଭୁଲି ସାରିଲେଣି। କିନ୍ତୁ ଖରା, ବର୍ଷା, ଶୀତ ଆଦି ସବୁ ସମୟରେ କେଶ ଓ ତ୍ୱଚାର ବିଶେଷ ଭାବେ ଯତ୍ନ ନେବା ଉଚିତ। ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧୀୟ କିଛି ଟିପ୍ପ…
୧- ଆପଣଙ୍କ ତ୍ୱଚା ଓ କେଶକୁ କ୍ଲିଜିଙ୍ଗ, ଟୋନିଂ ଓ ମଶ୍ଚରାଇଜିଙ୍ଗ କରନ୍ତୁ। କେଶକୁ ମଧ୍ୟ ଉପଯୁକ୍ତ ପୋଷଣ ପ୍ରଦାନ ପାଇଁ ବିଭିନ୍ନ ଭିଟାମିନ ସି ଯୁକ୍ତ ଖାଦ୍ୟ ସହ ଉତ୍ତମ ସାମ୍ପୁର ବ୍ୟବହାର କରନ୍ତୁ।
ଘରୁ ବାହାରକୁ ଯିବା ସମୟରେ କେଶରେ ସ୍ୱତନ୍ତ୍ର ସ୍ପ୍ରେର ବ୍ୟବହାର କରନ୍ତୁ।
୨- ନିୟମିତ ଭାବେ ମୁହଁକୁ ସ୍କ୍ରବ କରନ୍ତୁ। ସପ୍ତାହକୁ ଥରେ କିମ୍ବା ୨ ଥର ଘରୋଇ ଉପାୟରେ ଫେସ ପ୍ୟାକ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ।
୩- ମୁହଁରେ ସନ୍‍ କ୍ରିମ, ଏଲୋବେରା ଜେଲ ଆଦି ଲଗାନ୍ତୁ। ଏପରି କରିବା ଦ୍ୱାରା ୬ ରୁ ୭ ଘଣ୍ଟା ପର୍ଯ୍ୟନ୍ତ ଆପଣଙ୍କ କେଶ ଓ ମୁହଁର ପ୍ରଦୂଷଣ ଠାରୁ ରକ୍ଷା ପାଇପାରିବ।

Leave a comment