Odisha News Insight

ଖୁବ୍‌ଶୀଘ୍ର ଭାରତ ଆୟୁର୍ବେଦ ପଦ୍ଧତି ଦ୍ବାରା କରୋନା ଭାଇରସ୍ ରୋଗୀଙ୍କ ଚିକିତ୍ସା କରିବ: ଆୟୁଷ ମନ୍ତ୍ରୀ

ଆୟୁର୍ବେଦିକ ପଦ୍ଧତିର ବ୍ୟବହାର କରି ଭାରତ ଶୀଘ୍ର କରୋନା ଜୀବାଣୁ ରୋଗୀଙ୍କୁ ଚିକିତ୍ସା କରିବ। ଏଭଳି କିଛି ଆତ୍ମବିଶ୍ୱାସର ସହ କହିଛନ୍ତି ଆୟୁଷ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାୟକ। ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ବୈଜ୍ଞାନିକ ପ୍ରାମାଣିକତାର ଅଭାବ ହେତୁ ଭାରତର ଏହି ପ୍ରାଚୀନ ଚିକିତ୍ସା ବ୍ୟବସ୍ଥା ବର୍ତ୍ତମାନର ସଙ୍କଟ ସମୟରେ କେବଳ ସତର୍କତାମୂଳକ ପଦକ୍ଷେପ ଭାବରେ ବ୍ୟବହୃତ ହେଉଛି।

ଶ୍ରୀ ନାୟକ ତାଙ୍କର ବିବାଦୀୟ ଦାବିକୁ ଦୋହରାଇ କହିଛନ୍ତି ଯେ, କୋଭିଡ-୧୯ ବା କରୋନା ଭାଇରସ୍‌ ଦ୍ବାରା ସଂକ୍ରମିତ ହୋଇଥିବା ବ୍ରିଟେନର ପ୍ରିନ୍ସ ଚାର୍ଲ୍ସ ଆୟୁର୍ବେଦିକ ପଦ୍ଧତିରେ ଚିକିତ୍ସିତ ହୋଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ପଶ୍ଚିମ ଦେଶରେ ଆୟୁର୍ବେଦ ଗ୍ରହଣୀୟ ନୁହେଁ କାରଣ ପ୍ରିନ୍ସ ଚାର୍ଲ୍ସ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ଏହାପୂର୍ବରୁ ନାୟକ କହିଥିଲେ ଯେ ବାଙ୍ଗାଲୋରରେ ରହୁଥିବା ଜଣେ ଡାକ୍ତର ଚାର୍ଲ୍ସଙ୍କ ଚିକିତ୍ସା କରିଛନ୍ତି।
ନାଏକ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ” ପ୍ରିନ୍ସ ଚାର୍ଲ୍ସ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରୁଛନ୍ତି କାରଣ ଏହାକୁ ଗ୍ରହଣ କରିବାରେ ତାଙ୍କୁ କିଛି ଅସୁବିଧା ହେବ। ଆୟୁର୍ବେଦ ସେମାନଙ୍କ ଦେଶରେ ସ୍ୱୀକୃତିପ୍ରାପ୍ତ ନୁହେଁ। ସେ କହିଛନ୍ତି ଯେ ଏହାକୁ ପ୍ରତ୍ୟାଖ୍ୟାନ କରିବା ତାଙ୍କ ପାଇଁ ସ୍ୱାଭାବିକ। ମୁଁ ବିଶ୍ୱାସ କରେ ଶତ ପ୍ରତିଶତ ଯେ ସେମାନେ ଆୟୁର୍ବେଦ ସହିତ ଚିକିତ୍ସିତ ହୋଇଛନ୍ତି।”

ତେବେ କେଉଁ ନିର୍ଦ୍ଦିଷ୍ଟ ଆୟୁର୍ବେଦିକ ଔଷଧ ଦ୍ବାରା ପ୍ରନିସ୍‌ ଚାର୍ଲସଙ୍କ ଚିକିତ୍ସା ହୋଇଛି ସେ କଥା କହିନାହାନ୍ତି ମନ୍ତ୍ରୀ ନାୟକ କହିଛନ୍ତି ଯେ ଥରେ ଆୟୁର୍ବେଦର କିଛି ପ୍ରେସକ୍ରିପସନ୍ ବୈଜ୍ଞାନିକ ପ୍ରମାଣିତ ହୋଇଗଲେ, ଆୟୁର୍ବେଦ ମାଧ୍ୟମରେ କୋଭିଡ -୧୯ ରୋଗୀଙ୍କ ଚିକିତ୍ସା ପାଇଁ ଦେଶ ପ୍ରସ୍ତୁତ ଅଛି।

Leave a comment