Odisha News Insight

ଜମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ନେଲେ ଓଡ଼ିଆ ପୁଅ ଗିରିଶ ମୁର୍ମୁ !

କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବରେ ଶପଥ ନେଇଛନ୍ତି ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ। ଶ୍ରୀନଗରରେ ଆୟୋଜିତ ଶପଥ ଉତ୍ସବରେ ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୟୂରଭଞ୍ଜ ବେତନଟୀରେ ଜନ୍ମିତ ଏହି ଓଡ଼ିଆ ପୁଅ ପୂର୍ବରୁ କେନ୍ଦ୍ରର ଅନେକ ବିଭାଗର ସଚିବ ରହିଥିଲେ। ୧୯୮୫ ମସିହାରେ ଗୁଜରାଟ କ୍ୟାଡରର ଆଇଏଏସ ହେଉଛନ୍ତି ଗିରିଶ ମୁର୍ମୁ |

Leave a comment