ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ କେଉଁ ଦିଗ ପ୍ରତି ସଚେତନ ରହିବେ, କଣ କରିବା ଉଚିତ ଏବଂ କେଉଁ ଦିଗଠୁ ଦୂରେଇ ରହିବା ଉଚିତ, ଏମିତି ଅନେକ ବିଷୟରେ ଅବଗତ କରାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ଯେଉଁମାନେ ପ୍ରାର୍ଥୀ ହେବେ,
- ସେମାନଙ୍କର ପ୍ୟାନ କାର୍ଡ ରହିବା ଆବଶ୍ୟକ
- ୫ ବର୍ଷର ଆୟକର ରିଟଣ୍ଣ ଦାଖଲ କରିଥିବା ଦରକାର
- ଅପରାଧିକ ମାମଲା ସଂପର୍କରେ ପ୍ରାର୍ଥୀ ବିଜ୍ଞାପନରେ ପ୍ରକାଶ କରିବେ
- ଲୋକସଭା ପାଇଁ ଖର୍ଚ୍ଚ ସୀମା ୭୦ ଲକ୍ଷ
- ବିଧାନସଭା ପାଇଁ ଖର୍ଚ୍ଚ ସୀମା ରହିଛି ୨୮ ଲକ୍ଷ
ଚଳିତ ନିର୍ବାଚନରେ ଭିଭିପାଟ ବ୍ୟବହାର କରାଯିବ । ତତସହିତ ବୈଠକରେ ଇଭିଏମ ସୁରକ୍ଷା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଛି । ଭୋଟପରେ ଇଭିଏମକୁ ଷ୍ଟ୍ରଙ୍ଗରୁମରେ ରଖାଯିବା ପର୍ଯ୍ୟନ୍ତ ବିଭିନ୍ନ ଦଳର ପ୍ରତିନିଧିମାନେ ଉପସ୍ଥିତ ରହିବେ ।