Odisha News Insight

୧୫ରୁ ୪୦ ବର୍ଷ ବୟସ୍କ ସର୍ବାଧିକ ଆକ୍ରାନ୍ତ

 ମହାମାରୀ କରୋନା ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରବେଶ କରିଛି । ସେହି ଜିଲ୍ଲାଗୁଡିକ ହେଲା ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, କଳାହାଣ୍ଡି, ଢେଙ୍କାନାଳ, କୋରାପୁଟ, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡା ଓ କେନ୍ଦୁଝର ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୪ ଜିଲ୍ଲାରେ ମୋଟ ୧୨୮ ଆକ୍ରାନ୍ତ ଥିବା ବେଳେ ସେଥିମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୪୭ ଓ ଯାଜପୁରରେ ଦ୍ୱିତୀୟ ସର୍ବାଧିକ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୮ ଜଣ ଚିକିତ୍ସିତ ହେଉଛନ୍ତି । ଜଣଙ୍କର ମୃତ୍ୟୁ ଘଟିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ବିଦେଶ ଫେରନ୍ତା, ନିଜାମୁର୍ଦ୍ଦିନ ଓ ପଶ୍ଚିମବଙ୍ଗ ଫେରନ୍ତା ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୧୫ରୁ ୪୦ ବର୍ଷ ବୟସ୍କ ଯୁବକ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି । ଏହି ବୟସର ଲୋକ ସର୍ବାଧିକ ୬୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଶୂନ୍ୟରୁ ୧୪ ବର୍ଷ ବୟସର ବାଳକ ୧୦ଜଣ, ୪୧ରୁ ୬୦ବର୍ଷ ବୟସ୍କରର ବ୍ୟକ୍ତି ୪୦ଜଣ ଓ ୬୦ରୁ ଅଧିକ ବର୍ଷ ବୟସ୍କ ବ୍ୟକ୍ତି ୧୫ଜଣ ଆକ୍ରାନ୍ତ ହୋଇଛନ୍ତି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ଅର୍ଥାତ ଭୁବନେଶ୍ୱରରେ ସର୍ବାଧିକ ୪୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉକ୍ତ ୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଏବେ ଚିକିତ୍ସାଧିନ ଥିବା ବେଳେ ୨୭ ଜଣ ସୁସ୍ଥ ହୋଇଛନ୍ତି । ସେହିପରି କଟକରେ ଜଣେ, ପୁରୀରେ ଜଣେ, ଢେଙ୍କାନାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଭଦ୍ରକରେ୧୯ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ସୁସ୍ଥ, ଯାଜପୁରରେ ୨୨ ଆକ୍ରାନ୍ତରୁ ଜଣେ ସୁସ୍ଥ, ସୁନ୍ଦରଗଡ଼ରେ ୧୦ ଆକ୍ରାନ୍ତରୁ ୩ଜଣ ସୁସ୍ଥ ହୋଇଛନ୍ତି । କଳାହାଣ୍ଡିରେ ୨ ଆକ୍ରାନ୍ତରୁ ଦୁଇ, କେନ୍ଦ୍ରାପଡାରୁ ଦୁଇ ଜଣ ମଧ୍ୟରୁ ଜଣେ ଆକ୍ରାନ୍ତ ସୁୂସ୍ଥ ହୋଇଛନ୍ତି । ବାଲେଶ୍ୱରରେ ୧୯ ଓ କେରାପୁଟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ କେହି ସୁସ୍ଥ ହୋଇନାହାନ୍ତି । ସେହିପରି ବୁଧବାର ୩ଟି ନୂଆ ଜିଲ୍ଲା ଦେବଗଡ଼, ଝାରସୁଗୁଡା ଓ କେନ୍ଦୁଝର ଏଥିରେ ସାମିଲ ହୋଇଛି । ଏହିପରି ଭାବେ ମୋଟ ୧୪ ଜିଲ୍ଲାରୁ ୧୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଦ୍ୟାବଧି ରାଜ୍ୟରେ ମୋଟ ୩୧ ହଜାର ୬୯୬ଟି ସାମ୍ପୁଲ ଟେଷ୍ଟ କରାଯାଇଛି । ତେବେ ଗୋଟିଏ ଦିନରେ ୨୫୮୮ଟି ସାମ୍ପୁଲ ଟେଷ୍ଟ କରାଯାଇଥିଲା । ସେଥିରୁ ୩ଟି ପିଜିଟିଭ ଆସିଛି ।

Leave a comment