Odisha News Insight

ଓଡିଶାକୁ ଫେରୁଥିବା ଶ୍ରମିକମାନଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର

ଲକଡାଉନ କଟକଣା ପରେ ବିଭିନ୍ନ ରାଜ୍ୟରେ ଫଶି ରହିଥିବା ଶ୍ରମିକମାନେ ଓଡିଶା ଫେରୁଛନ୍ତି।  ତେବେ ସେମାନଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ  ରାଜ୍ୟ ସରକାର । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପଚାଂୟତିରାଜ ଓ ଗୃହ ନିର୍ମାଣ ବିଭାଗକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ।

ସୂଚନାଯୋଗ୍ୟ, ପ୍ରବାସୀ ଓଡିଆମାନଙ୍କ ପାଇଁ କ୍ୱାରେଂଟାଇନର ବ୍ୟବସ୍ଥା କରାଯାଇଛି । ୧୪ ଦିନ ସେମାନେ କ୍ୱାରେଂଟାଇନରେ ରହିବେ । ଶ୍ରମିକମାନଙ୍କ ରହିବା, ଖାଇବା, ସ୍ୱଚ୍ଛତା ରକ୍ଷାଠାରୁ ଆରମ୍ଭ କରି ମନୋରଂଜନର ବ୍ୟବସ୍ଥା ମଧ୍ୟ କରିବେ ସରକାର । ଜଣେ ଶ୍ରମିକଙ୍କ ପାଇଁ ଦିନକୁ କେତେ ଟଙ୍କା ଖର୍ଚ୍ଚ ହେବ ସେ ନେଇ ମଧ୍ୟ ସରକାର ଘୋଷଣା କରିଛନ୍ତି ।

କ୍ୱାରେଂଟାଇନରେ ରହିଥିବା ପ୍ରତି ସାବାଳଙ୍କ ପାଇଁ ଜଣ ପିଛା ୧୨୦ ଟଙ୍କା ଓ ୧୪ ବର୍ଷରୁ କମ୍ ବୟସ ପିଲାଙ୍କ ପାଇର୍ ୧୦୦ ଟଙ୍କା ଖର୍ଚ୍ଚ ହେବ । ପ୍ରତି ବ୍ୟକ୍ତିଙ୍କ ସ୍ୱଚ୍ଛତା ରକ୍ଷା ବାବଦକୁ ୩ଶହ ଟଙ୍କା ଖର୍ଚ୍ଚ ହେବ । ପ୍ରତ୍ୟେକ ଦିନ ସକାଳୁ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତି ଭୋଜନର ବ୍ୟବସ୍ଥା କରାଯିବ । ସେହିଭଳି ସମସ୍ତଙ୍କ ପାଇଁ ଦାନ୍ତଘଷା ବ୍ରସ, ସାବୁନ, ତେଲ, ମାସ୍କ, ସାନିଟାଇଜର, ମଗ ଓ ବାଲଟି ଆଦି ଯୋଗାଇ ଦିଆଯିବ ।  ପ୍ରଶାସନର ଏଭଳି ସୁବିଧାକୁ ଶ୍ରମିକମାନେ ଖୁସି ପ୍ରକଟ କରିଛନ୍ତି ।

Leave a comment