Odisha News Insight

୧୯ରେ ମାଟ୍ରିକ୍‌ ପରୀକ୍ଷା, ଓ୍ବେବ ସାଇଟରେ ମିଳୁଛି ଆଡ୍‌ମିଡ୍ କାର୍ଡ

ଆସନ୍ତା ୧୯ତାରିଖରେ ହେବ ଦଶମ ଶ୍ରେଣୀ ପରୀକ୍ଷା ବା ମାଟ୍ରିକ୍‌ ପରୀକ୍ଷା। ଏଥିପାଇଁ ଓ୍ବେବସାଇଟରେ ମାଟ୍ରିକ୍ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ଆଡ୍‌ମିଡ୍ କାର୍ଡ ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍‌ସାଇଟ୍‌ରେ ଉପଲବ୍ଧ ହୋଇଛି। www.bseodisha.ac.in ଓ୍ବେବ ସାଇଟରେ ଆଡିମଟ କାର୍ଡ ମିଳୁଛି।

ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନେ କୋର୍ଡରେ ଥିବା ୟୁଜର ଆଇଡି ଓ ପାସୱାର୍ଡକୁ ବ୍ୟବହାର କରି ପରୀକ୍ଷାର୍ଥୀମାନଙ୍କ ଆଡ୍‌ମିଡ୍ କାର୍ଡ ଡାଉନଲୋର୍ଡ କରିପାରିବେ। ସେହିପରି ପତ୍ରବିନିମୟ ପରୀକ୍ଷାର୍ଥୀମାନେ ସେମାନଙ୍କ ଏନ୍‌ରୋଲ୍‌ମେଣ୍ଟ ନମ୍ବର, ପିତାଙ୍କ ନାମ ବା ନିଜ ନାମ ଲଗ୍‌ ଇନ୍ କରି ସେମାନଙ୍କ ଆଡ୍‌ମିଡ୍ କାର୍ଡ ଡାଉନଲୋର୍ଡ କରିପାରିବେ। ଚଳିତବର୍ଷ ମ ୫ଲକ୍ଷ ୪୭ହଜାର ୭୪୭ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ।

ଆସନ୍ତା ଫେବୃଆରୀ ୧୯ ତାରିଖରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହେବ। ବୁଧବାର ୧୯ ତାରିଖ ରେ ମାତୃଭାଷା,୨୨ ରେ ଇଂରାଜୀ,୨୪ ରେ ହିନ୍ଦୀ/ସଂସ୍କୃତ,୨୬ ରେ ଗଣିତ,୨୮ ରେ ସାଧାରଣ ବିଜ୍ଞାନ, ମାର୍ଚ୍ଚ ୨ ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ।

Leave a comment