Odisha News Insight

ରଥଯାତ୍ରାକୁ ଆଉ ମାତ୍ର ୧୨ ଦିନ

ରଥଯାତ୍ରାକୁ ଆଉ ମାତ୍ର ୧୨ ଦିନ। ଅର୍ଥାତ  ଜୁନ୍ ୨୩ ତାରିଖ ଦିନ ମହାପ୍ରଭୁଙ୍କ ରଥଯାତ୍ରା।  କିନ୍ତୁ ଏଯାଏ ରଥଯାତ୍ରା ସମନ୍ବୟ କମିଟି ବୈଠକ ବସିନାହିଁ। ବଡ଼ଦାଣ୍ଡରୁ ଦୋକାନ ହଟିବା ଲାଗି ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେଇନାହିଁ। ପୁଲିସ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇନି। ହେଲେ ରଥନିର୍ମାଣ ଜୋରସୋରରେ ଚାଲିଛି। ସେବାୟତଙ୍କ ସହିତ ଶ୍ରୀମନ୍ଦିର ପ୍ରଶାସନ ଅନୌପଚାରିକ ଆଲୋଚନା କରିଛନ୍ତି।

ଏପରିକି ମହାପ୍ରଭୁଙ୍କ ପହଣ୍ଡି ଭୋର ୪ଟାରୁ ଆରମ୍ଭ କରିବାକୁ ମଧ୍ୟ ଆଲୋଚନା ହୋଇଛି। ପହଣ୍ଡି ସରିବା ପରେ ରଥଟଣା ପୂର୍ବାହ୍ନ ୧୧ଟା ପୂର୍ବରୁ ଆରମ୍ଭ କରିବାକୁ ନୀତି ନିର୍ଘଣ୍ଟ କରିବାକୁ ପ୍ରସ୍ତାବ ରହିଛି। କିନ୍ତୁ କେହି ବି ମୁହଁ ଖୋଲୁନାହାନ୍ତି ରଥଯାତ୍ରା ହେବ କି ନାହିଁ। ହେଲେ ଉଭୟ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ କିନ୍ତୁ ନିଜକୁ ପ୍ରସ୍ତୁତ ରଖିଛନ୍ତି।

Leave a comment